ଭୁବନେଶ୍ୱରରେ ଦିନ ଦ୍ୱିପହରେ ଯୁବତୀଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ୱିପ୍ରହରରେ ଜଣେ ଯୁବତୀଙ୍କୁ ଅପହରଣ ବେଳେ ପୋଲିସ୍ ହାତରେ ଧରାପଡ଼ି ହଟହଟା ହୋଇଛନ୍ତି ଅପହର୍ତ୍ତା । ନୟାପଲ୍ଲୀର ଏକ ଘରୋଇ ହଷ୍ଟେଲ୍‌ରୁ ସମ୍ପୃକ୍ତ ଯୁବତୀଙ୍କୁ ତାଙ୍କର ମାମୁ ଦୁଇଜଣ ସହଯୋଗୀଙ୍କ ସହ ଏକ କାର୍ ଯୋଗେ ନେଇ ଚମ୍ପଟ ମାରୁଥିବା ବେଳେ ପିସିଆର୍ ଭ୍ୟାନ୍ ହାବୁଡ଼ରେ ପଡ଼ିଛନ୍ତି । ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ଅପହର୍ତ୍ତାଙ୍କ ମଧ୍ୟରୁ ଯୁବତୀଙ୍କ ମାମୁଙ୍କ ସମେତ ତାଙ୍କର ଜଣେ ସହଯୋଗୀ ପୋଲିସ୍ ଅଟକ ରଖିଛି ।

କେଉଁ ଉଦ୍ଦେଶ୍ୟରେ ତାଙ୍କୁ ଅପହରଣ କରାଯାଉଥିଲା ସେନେଇ ପୋଲିସ୍ ପଚରାଉଚରା ଜାରି ରଖିଛି । ନୟାପଲ୍ଲୀ ଥାନାରେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ୍ ସମ୍ପୃକ୍ତ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ଯୁବତୀ ଜଣକ ସ୍ୱଇଚ୍ଛାରେ ତାଙ୍କ ସହ ଯାଇଥିଲେ ନା ତାଙ୍କୁ ବଳପୂର୍ବକ ଅପହରଣ କରାଯାଉଥିଲା ତାହା ଏଯାଏ ସ୍ପଷ୍ଟ ହୋଇନି । ପୋଲିସ୍ ସମ୍ପୃକ୍ତ ଯୁବତୀଙ୍କ ଅଭିଭାବକଙ୍କୁ ଏ ସମ୍ପର୍କରେ ଖବର ଦେଇ ଅଟକ ମାମୁ ଓ ତାଙ୍କ ସହଯୋଗୀଙ୍କୁ ପଚରାଉଚରା ଜାରି ରଖିଛି ।

nis-ad
Leave A Reply

Your email address will not be published.