ଆମେ ପାଣ୍ଡେମିକ୍‌ରୁ ଏଣ୍ଡେମିକ୍ ଆଡ଼କୁ ଯାଉଛେ, ନିୟମ ମାନିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା । ଏବେ ଆମେ ପାଣ୍ଡେମିକ୍‌ରୁ ଏଣ୍ଡେମେମିକ୍ ଆଡ଼କୁ ଯାଉଛେ । ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ୍ ଆସିବ । ଏଥିପାଇଁ ଆତଙ୍କିତ ହେବାର ନାହିଁ । ଏହି ଭାଇରସ୍ କୁଆଡ଼େ ଯିବନି, କିନ୍ତୁ ତାର ସଂକ୍ରମଣ କରିବାର କ୍ଷମତା କମିଯିବ।

ଯଦି ସଂଖ୍ୟା ବଢ଼ିବ, ଏହାର ମୁକାବିଲା କରିବା ପାଇଁ ଆମକୁ ବିଶେଷ ଅସୁବିଧା ହେବନି । କାରଣ ଆମର ଅଭିଜ୍ଞତା ଅଛି, ଭିତ୍ତିଭୂମି ଅଛି, ଔଷଧ ଅଛି । ଏବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ହେଉଛି ଏଭିଡେନ୍ସ ବେସଡ୍ ଡିସିସନ ମେକିଂ । ଅର୍ଥାତ ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ । ତେଣୁ ସେଇ ଆଧାରରେ ପଦକ୍ଷେପ ନିଆଯିବ ।

ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଏବେ ରାଜ୍ୟର ଦୈନିକ ସଂକ୍ରମଣ ୧୫ ତଳେ ରହିଛି । ମାତ୍ର ୫ ରୁ ୬ଟି ଜିଲ୍ଲାରେ ନୂଆ ମାମଲା ଆସୁଛି । ଆକ୍ଟିଭ୍ କେସ୍ ସଂଖ୍ୟା ୧୦୦ ତଳେ ଅଛି । ଡାକ୍ତରଖାନାରେ କୌଣସି ରୋଗୀ ନାହାନ୍ତି । ଏଣୁ ଏବେଠୁ ଆତଙ୍କିତ ହେବାର ନାହିଁ । ଯଦି ସଂଖ୍ୟା ବଢ଼ିବ, ତା ପାଇଁ ପ୍ରସ୍ତୁତି ଅଛି । ତୁରନ୍ତ ବନ୍ଦୋବସ୍ତ ହୋଇପାରିବ । କଣ୍ଟିନଜେନ୍ସି ପ୍ଲାନ କରି ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଅଞ୍ଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଅଧିକ ବଢ଼ିବ, ରାଜ୍ୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ କୋଭିଡ୍ ନିୟମ ମାନିବା ପାଇଁ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ ।

ସୂଚନା ଥାଉକି, ତୃତୀୟ ଲହରରେ ଯଦିଓ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲା, ଲୋକମାନେ ଡାକ୍ତରଖାନା ଗଲେନି, ମୃତ୍ୟୁ ମୁଖରେ ପଡ଼ିଲେନି । ଟିକାକରଣ ହେଉ ବା ଆମର ସଚେତନତା ହେଉ, ଗତ ଦୁଇ ତିନି ବର୍ଷ ଭିତରେ କୋଭିଡ୍ ସାଙ୍ଗେ ଲଢ଼େଇ କରିବାର ଆମର ସାମର୍ଥ୍ୟ ହେଇଗଲାଣି । ତେଣୁ ଟେଷ୍ଟ ହେଲେ, କୋଭିଡ ଚିହ୍ନଟ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେତେ ଲୋକ ଭୟବହତା ଆଡ଼କୁ ଯିବେ ।

nis-ad
Leave A Reply

Your email address will not be published.