ବିଜେଡ଼ି ବିଧାୟକ ମନୋହର ରାନ୍ଧାରୀଙ୍କୁ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ

ଭୁବନେଶ୍ବର: ବିଜେଡ଼ି ବିଧାୟକ ମନୋହର ରାନ୍ଧାରୀଙ୍କୁ ପୁର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଟାର୍ଗେଟ । ବିଧାୟକଙ୍କ ନାଁରେ ୨୦୦୬ରୁ ରହିଛି ଦୁର୍ନୀତି ମାମଲା । ନନ୍ଦାହାଣ୍ଡି ବ୍ଳକ ସିନିଅର କ୍ଲର୍କ ତଥା ଷ୍ଟୋର ଇନଚାର୍ଜ ଥିବା ବେଳେ ୧୧ ଲକ୍ଷ ଟଙ୍କାର ଦୁର୍ନୀତି କରିଥିଲେ ରାନ୍ଧାରୀ । ପଞ୍ଚାୟତିରାଜ ବିଭାଗ ଦ୍ଵାରା ହୋଇଥିବା ସ୍ପେସାଲ ଅଡିଟରୁ ଜଣାପଡ଼ିଥିଲା ବ୍ଳକରେ ୧ କୋଟି ୧ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି ।

ତେଣୁ ମନୋହର ରାନ୍ଧାରୀଙ୍କ ଠାରୁ ଏହି ଟଙ୍କା ରିକଭରି ପାଇଁ ବି ଲେଖା ହୋଇଥିଲା । ହେଲେ ୨୦୧୧ ରେ ସେ ମାତ୍ର ୬ ଲକ୍ଷ ୨୯ ହଜାର ଟଙ୍କା ଡିପୋଜିଟ କରିଛନ୍ତି । ହେଲେ ୨୦୦୯ ରେ ଇସ୍ତଫାକୁ ଗ୍ରହଣ କରି ତାଙ୍କ ବିରୋଧରେ କୌଣସି ରିକୋଭରି ନାହିଁ ବୋଲି କେମିତି ରିପୋର୍ଟ ଦେଇଛନ୍ତି ବିଡିଓ ବୋଲି ପ୍ରଶ୍ନ କଲା ବିଜେପି ।

ଏହା ସହ ଭିଜିଲାନ୍ସ ତଦନ୍ତ ଚାଲୁଥିଲେ ମଧ୍ୟ କେମିତି କୌଣସି ମାମଲା ନଥିବା ନିଜ ଆପିଡେଭିଟରେ କହିଛନ୍ତି ବିଧାୟକ । ବିଜେଡ଼ି ଏମିତି ଦୁର୍ନୀତିଖୋର ଲୋକଙ୍କୁ ଟିକେଟ୍ ଦେଇ ବାରମ୍ବାର ବିଧାୟକ କରୁଛନ୍ତି କିନ୍ତୁ ନିର୍ମଳ ଭାବମୂର୍ତ୍ତି କଥା କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସେ । ତେବେ ଏବେ ପର୍ଯ୍ୟନ୍ତ ତଦନ୍ତ କଣ ପାଇଁ ସରିନି । ମନୋହର ରାନ୍ଧାରୀ କେତେ ଟଙ୍କା ଫେରାଇଛନ୍ତି ସେ କଥା ସ୍ପଷ୍ଟ କରନ୍ତୁ । ଏହା ସହ ବ୍ଳକରେ ବେନାମୀ ନାଁରେ ପରବର୍ତ୍ତୀ ସମୟରେ ଲକ୍ଷ ଲକ୍ଷ ଟଙ୍କା କିଏ ଡିପୋଜିଟ କରୁଛି ତାହା ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କଲା ବିଜେପି ।

nis-ad
Leave A Reply

Your email address will not be published.