ଭୁଲିଗଲା ସମ୍ପର୍କ : ମଦ ପାଇଁ ମା’କୁ ହତ୍ୟା କଲା ପୁଅ


ହିଞ୍ଜିଳିକାଟୁ (୨୮ା୪) : ଭୁଲିଗଲା ମାନବିକତା । ମଦ ନିଶାରେ ଚୁର ହୋଇ ଜଣେ ମଦ୍ୟପ ଠେଙ୍ଗାରେ ପିଟି ନିଜ ମା’କୁ ହତ୍ୟା କରିଛି । ଗୁରୁବାର ଏଭଳି ଏକ ସମ୍ବେଦନଶୀଳ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମରେ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର କନକ ସାହୁ (୭୫) । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ପୁଅ ବାବୁଲା ସାହୁ(୪୨)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ମିଳିଥିବା ସୂଚନା ପ୍ରକାରେ, ମୃତା କନକଙ୍କ ସାନ ପୁଅ ବାବୁଲା ଗତ କିଛି ମାସ ଧରି ମଦପିଇ ମା’ ସହିତ ପ୍ରତିଦିନ କଳି ଝଗଡା କରୁଥିଲା । ଗୁରୁବାର ଅପରାହ୍ନରେ ବାବୁଲା ମଦ ପିଇବା ପାଇଁ ମା ଙ୍କୁ ଟଙ୍କା ମାଗିଲେ । ବୃଦ୍ଧା ଜଣଙ୍କ ଟଙ୍କା ଦେବାକୁ ମନା କରିବାରୁ ବାବୁଲା ଉତକ୍ଷିପ୍ତ ହୋଇ ଏକ ଠେଙ୍ଗାରେ ଅମାନୁଷିକ ଭାବେ ମା କୁ ପ୍ରବଳ ମାଡ ମାରିଥିଲା । ଫଳରେ ବୃଦ୍ଧାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହୋଇଥିଲା । ସାହି ପଡୋଶୀ ଚିକ୍ରାର ଶୁଣି ସେଠାରୁ ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ମୃତକାଙ୍କ ବଡପୁଅ ବିନୋଦ ସାହୁଙ୍କ ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନମ୍ବର ୨୧୫/୨୨ରେ ଏକ ମାମଲା ଅଭିଯୁକ୍ତ ବାବୁଲାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।ଅନ୍ୟପକ୍ଷରେ ନିଜ ଜନ୍ମକଲା ପୂଅ ମଦ ଆଗରେ ମାଁ କୁ ନୃଶଂସ ଭାବେ ମାରିଥିବା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

nis-ad
Leave A Reply

Your email address will not be published.