୪୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଆଜି ରାଜ୍ୟର ତାପମାତ୍ରା ୪୫ ଡିଗ୍ରୀର ଲକ୍ଷ୍ମଣରେଖା ପାର୍ କରିଯାଇଛି । ବୌଦ୍ଧ ଜିଲ୍ଲାରେ ଏଭଳି ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ରାଜ୍ୟର ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା । ରାଜ୍ୟର ୨୫ଟି ଷ୍ଟେସନରେ ତାପମାତ୍ରା ୪୦ ଟପିଯାଇଛି । ଉପକୂଳବର୍ତୀ କିଛି ଅଞ୍ଚଳକୁୁ ଛାଡି ଦେଲେ ସାରା ଓଡ଼ିଶାରେ ଅଗ୍ନିବର୍ଷା ହେଉଛି କହିଲେ କିଛି ଅତ୍ୟୁକ୍ତି ହେବନାହିଁ ।

ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ସେହି ସ୍ଥାନ ଗୁଡିକ ହେଉଛି ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ, ଦେବଗଡ ଓ ସୋନପୁର ।

ସେହିପରି ୪୩ ଡିଗ୍ରୀ ଉପରେ ୧୩ଟି ସହର ରହିଛି । ସେହିପରି କଟକରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ରହିଛି ସର୍ବୋଚ୍ଚ ତାପମାତ୍ରା । ଭାରତୀୟ ପାଣିପାଗ ବିଭାଗ ଆଇଏମଡି ପୂର୍ବାନୁମାନ କରିଛି ଯେ ଆହୁରି ୫ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଓଡ଼ିଶା ସମେତ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଓ ୟୁପି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପାଣିପାଗ ବିଭାଗ ଆହୁରି ଆକଳନ କରିଛି ଯେ, ମେ’ ପ୍ରଥମ ସପ୍ତାହ ଶେଷ ଯାଏଁ ଏହି ପରିସ୍ଥିତି ଲାଗି ରହିପାରେ । ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିଯାଇଛି । ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ କଲବଲ କରିଦେଇଛି । ଅନ୍ୟପଟେ ସ୍କୁଲ, କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀମାନେ ଟିକେ ଆଶ୍ୱସ୍ତି ପାଇଛନ୍ତି ।

ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହ ଆହୁରି ୪ଦିନ ଜାରି ରହିବ । ଏହାର ପ୍ରଭାବରେ ଅସହ୍ୟ ତାତି ଅନୁଭୂତ ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ବାୟୁମଣ୍ଡଳରେ ବାୟୁ ପ୍ରବାହରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବାରୁ ଆଭ୍ୟନ୍ତରୀଣ ଓଡି଼ଶାରେ ଏମିତି ସ୍ଥିତି ଲାଗି ରହିବ । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡି଼ଶାର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ । ଉପକୂଳର କିଛି କିଛି ସ୍ଥାନରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ଦିନ ତାପମାତ୍ରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର, ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ରାଜ୍ୟରେ ହିଟ୍ ୱେଭ୍ ଜାରି ରହିଥିବାରୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏଥିରେ ଜନସାଧାରଣଙ୍କୁ ସତର୍କ ରହିବାକୁ କେତେକ ପରାମର୍ଶ ଦିଆଯାଇଛି । ଏସଆରସିଙ୍କ ଆଡଭାଇଜରୀ.

କାଳବୈଶାଖୀ ପ୍ରଭାବ ଅନୁଭୂତ ହେଉନଥିବାରୁ ତାପମାତ୍ରା ବଢ଼ୁଥିବା କୁହାଯାଉଛି । କିନ୍ତୁ କାଳବୈଶାଖୀ ପ୍ରଭାବରେ ମେ’ ପ୍ରଥମ ସପ୍ତାହରୁ ତାପମାତ୍ରା ୨ ଡିଗ୍ରୀ ଯାଏଁ ତଳକୁ ଖସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କମିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

nis-ad
Leave A Reply

Your email address will not be published.