ବ୍ରାଉନସୁଗାର ଜବତ ସହ ଦୁଇ ମହିଳା ଗିରଫ

ନୟାଗଡ଼: ବ୍ରାଉନସୁଗାର ବେପାରରେ ମାତିଛନ୍ତି ମହିଳା । ବ୍ରାଉନସୁଗାର ଜବତ ସହ ଦୁଇ ମହିଳାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ରାତିରେ ଏସଆଇ ଧର୍ମେନ୍ଦ୍ର ସିଆଳଙ୍କ ନେତୃତ୍ବରେ ନୟାଗଡ଼ ଟାଉନ୍ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଦୁଇଜଣ ମହିଳା, ଜଣେ ବ୍ରାଉନସୁଗାର ଯୋଗାଣକାରୀଙ୍କ ଠାରୁ ବ୍ରାଉନ ସୁଗାର୍ ନେଉଥିବାବେଳେ ଧରାପଡ଼ିଥିଲେ ।

ବ୍ରାଉନସୁଗାର ଯୋଗାଣକାରୀ ଅତି ଚତୁରତାର ସହ ଖସିଯିବାରେ ସକ୍ଷମ ହୋଇଛି । ବାଲୁଙ୍ଗାର ନୁରି ବେଗମ୍ ଓ ଖୁରି ବେଗୁମଙ୍କ ଠାରୁ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ ସହ ଉଭୟକୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଥିବା ନୟାଗଡ଼ ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.