ଭିଜିଲାନ୍ସ ଜାଲରେ ପୁର୍ବତନ ଏ ଏସ ଆଇ ଜୟଦାସ ଖରା…

ମାଲକାନଗିରି : ମାଲକାନଗିରିର ପୂର୍ବତନ ASI ଜୟଦାସ ଖରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକା କାଳୀନ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଡିଭିଜନ ର ମିଳିତରେ ଚାଲିଛି ଚଢ଼ାଉ।କିଛିଦିନ ତଳେ ଗଞ୍ଜେଇ କାରବାର ରେ ଗିରଫ ହୋଇଥିଲେ ଜୟଦାସ ଖରା ।ଗଞ୍ଜେଇ କାରବାର ରୁ ଉପାର୍ଜିତ କଳା ଧନ ବାବଦରେ ଭିଜିଲାନ୍ସ ର ତଦନ୍ତ ଜାରି । ମାଲକାନଗିରି ସମେତ ନିଜର ବାସ ଭବନ ନବରଙ୍ଗପୁର ରେ ମଧ୍ୟ ଚାଲିଛି ଚଢ଼ାଉ।ଏ ପର୍ଯ୍ୟନ୍ତ ଭିଜିଲାନ୍ସ କୁ କିଛି ସୂଚନା ମିଳିନ ଥିବାବେଳେ । ସୁନାବେଢ଼ା କ୍ୱାଟର , କୋରାପୁଟ ନିଜ ବାସ ଭବନ , ଶଶୁର ଘରେ ଓ କୋରାପୁଟ ର ନୂତନ ଘର ସମେତ ମାଲକାନଗିରି ଭଡା ଘର ଏହି ପାଞ୍ଚଟି ସ୍ଥାନରେ ଚଢ଼ାଉ ଜାରିରହିଛି ।

nis-ad
Leave A Reply

Your email address will not be published.