ସାଂସଦ ଅପରାଜିତଙ୍କ ପୁରୀ ଗସ୍ତ, ପ୍ରତିକ୍ରିୟା ରଖିଲେ ବିଜେଡି ସାଂସଦ ମୁନ୍ନା ଖାଁ

ଭୁବନେଶ୍ବର: ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ପ୍ରତିିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ସେ କହିଛନ୍ତି, ନିୟମ ମାନିବା ସମସ୍ତଙ୍କର କର୍ତ୍ତବ୍ୟ । ଯଦି ପ୍ରଶାସନ ଅନୁମତି ଦେଇନାହିଁ ତାହେଲେ ଆଇନ ଶୃଙ୍ଖଳା ପରିସ୍ଥିିିତି ଥାଇପାରେ । ଜବରଦସ୍ତି କିଛି କରିବା ଠିକ୍ ନୁହେଁ ।

ଦର୍ଶନ କରିବାକୁ ମନା ନାହିଁ ରାଲି କରିବାକୁ ମନା ଅଛି । ସେ କାହିଁକି ରାଲି କରି ଗଲେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ । ଯାହା ହେଉଛି ଭକ୍ତଙ୍କ ଭଲ ପାଇଁ ହେଉଛି । ଗଜପତି ବି ସମର୍ଥନ କରୁଛନ୍ତି ।

ଘଟଣାକୁ ନେଇ କେବଳ ରାଜନୀତି କରାଯାଉଥିବା ସେ କହିଛନ୍ତି । ତେବେ ପୁରୀ ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ଆଜି ପୁରୀରେ ପଦଯାତ୍ରା କରିବାକୁ ଅନୁମତି ଦେଇନଥିଲା ପ୍ରଶାସନ । ତେଣୁ ବଭିନ୍ନ ସଙ୍ଗଠନ ଏବଂ ରାଜନୈତିକ ଦଳ ପକ୍ଷରୁ ପଦଯାତ୍ରାକୁ ସ୍ଥଗିତ ରଖଯାଇଥିଲା । କିନ୍ତୁ ଆଜି ଅପରାଜିତା ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଇଥିବା ବେଳେ ତାଙ୍କ ସହ ଶତାଧିକ ଲୋକ ଯାଉଥିବା ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.