ତାମିଲନାଡୁର ଦୁଇ ମୋବାଇଲ୍ ଲୁଟେରାଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଲୁଟେରାଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକେ ନିଜର କଷ୍ଟ ଅର୍ଜିତ ସମ୍ପତ୍ତି କୁ ହରାଇ ବସୁଛନ୍ତି । ତେବେ ଏହି ଲୁଟ୍ ଘଟଣାରେ ପୋଲିସ୍ ଆକ୍ସନ୍ ମୁଡ଼୍ କୁ ଆସିଥିବା ବେଳେ ତାମିଲନାଡୁର ଦୁଇ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ ।

ରାଜଧାନୀର ବିଭିନ୍ନ ସ୍ଥାନରେ ଘର ଘର ବୁଲି ମୋବାଇଲ୍ ଫୋନ୍ ଲୁଟ୍ କରୁଥିଲେ ଏହି ଦୁଇ ଲୁଟେରା । ଯାହାଫଳରେ ରାଜଧାନୀବାସୀଙ୍କ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଥିଲା।

କିନ୍ତୁ ଭୁବନେଶ୍ୱରରୁ ବର୍ତ୍ତମାନ ସେମାନଙ୍କୁ ଗିରଫ କରାଯାଇଥିବା କଥା କୁହାଯାଇଛି । ଏନେଇ ଭୁବନେଶ୍ୱରରୁ ଉଭୟଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗତ କିଛି ଦିନ ଧରି ଏମାନଙ୍କୁ ଟ୍ରାକ କରୁଥିଲା । ଶେଷରେ ଆଜି ଦିନ ପୋଲିସ ହାତରେ ଧରାପଡିଛନ୍ତି ଏହି ୨ ମୋବାଇଲ୍ ଲୁଟେରା । ସେମାନଙ୍କ ନିକଟରୁ ୨୨ଟି ମୋବାଇଲ୍‌, ଦାମୀ ଲାପ୍‌ଟପ୍ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।

nis-ad
Leave A Reply

Your email address will not be published.