ରାଜ୍ୟରେ ଆଜି ୪୦ ଡିଗ୍ରୀ ଉପରେ ୨୮ ସହର, ସୋନପୁର ସବୁଠୁ ଉତ୍ତପ୍ତ, ୫ ଜିଲ୍ଲାକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଅସହ୍ୟ ଗରମ ଯୋଗୁ ସାରା ରାଜ୍ୟରେ ଲୋକମାନେ ଏବେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ସୂର୍ଯ୍ୟ ତାପ ଓ ଝାଞ୍ଜି ମାଡ଼ରେ ସାରା ରାଜ୍ୟ ବର୍ତ୍ତମାନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଅଧିକ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ୫ଟି ଜିଲ୍ଲାକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ହିଟ ୱେଭ ଜିଲ୍ଲା ତାଲିକାରେ ବୌଦ୍ଧ, ବଲାଙ୍ଗୀର, ସୋନପୁର, ମୟୁରଭଞ୍ଜ ଓ କଳାହାଣ୍ଡି ସାମିଲ ରହିଛି।

ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଲର୍ଟ ଜାରି କରିବା ସହିତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଜି ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି । ସେଠାରେ ସର୍ବାଧିକ ୪୩.୦୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ୪୩. ୦୩ ଡିଗ୍ରୀ ସହିତ ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର ଭାବେ ଚିହ୍ନଟ ହୋଇଛି।

ଆଜି ରାଜ୍ୟର ୨୮ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ଅନୁଗୁଳରେ ୪୩.୦୧ ଡିଗ୍ରୀ, ତାଳଚେର-୪୩ ଡିଗ୍ରୀ, ବଲାଙ୍ଗୀର-୪୨.୦୩ ଡିଗ୍ରୀ, ଜଗତସିଂହପୁର-୪୧.୦୪ ଡିଗ୍ରୀ, ଯାଜପୁର ୪୧.୦୨ ଡିଗ୍ରୀ, ଚାନ୍ଦବାଲି -୪୧.୦୨ ଡିଗ୍ରୀ, ଟିଟିଲାଗଡ଼ ୪୧.୦୬ ଡିଗ୍ରୀ, ସୁନ୍ଦରଗଡ଼ ଓ ନୟାଗଡ଼ରେ ୪୧.୦୫ ଡିଗ୍ରୀ, ଝାରସୁଗୁଡ଼ା-୪୨.୦୨ ଡିଗ୍ରୀ, ବାରିପଦା ଓ ବୌଦ୍ଧରେ ୪୨ ଡିଗ୍ରୀ, ସମ୍ୱଲପୁର- ୪୧.୦୭ ଡିଗ୍ରୀ, ଢେଙ୍କାନାଳରେ ୪୧.୦୬ ଡିଗ୍ରୀ, ବରଗଡ଼ ୪୧.୦୫ ଡିଗ୍ରୀ, କଟକ ୪୧.୦୧ ଡିଗ୍ରୀ, ଖୋର୍ଦ୍ଦା-୪୧ ଡିଗ୍ରୀ, ପାରଳାଖେମୁଣ୍ଡି ଓ ଭଦ୍ରକରେ ୪୦.୦୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

nis-ad
Leave A Reply

Your email address will not be published.