ରଥ ନିର୍ମାଣ ଅନୁକୂଳ ପାଇଁ ୩ କୁରାଢ଼ି ଦେଲେ କମାର ସେବକ

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ୨୦୨୨ର ପ୍ରସ୍ତୁତି ପର୍ବ ଆଗେଇ ଚାଲିଛି । ଶନିବାର ବଡ଼ ବାଡ଼ର ବରିଷ୍ଠ କମାର ସେବକ ଜଗନ୍ନାଥ ମହରଣା ରଥ ନିର୍ମାଣ ଅନୁକୂଳ ପାଇଁ ୩ଟି କୁରାଢ଼ି ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଇଛନ୍ତି । ୨ ଦିନ ଲାଗି ଏହି କୁରାଢ଼ିମାନ ତିଆରି ହୋଇଛି । ଏଥିରେ ରଥ ନିର୍ମାଣ ଅନୁକୂଳ ହେବ ।

ଅକ୍ଷୟତୃତୀୟରେ ଶ୍ରୀନହର ସମ୍ମୁଖରେ ୩ଟି ଧଉରା କାଠ ପୂଜା ହେବ । ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ବଡ଼ଦେଉଳ ପୁରୋହିତ, ବରିଷ୍ଠ ସେବାୟତ ତଥା ରଥ ନିର୍ମାଣକାରୀ ପୂଜାସ୍ଥଳରେ ଉପସ୍ଥିତ ରହିବେ । ତିନି ରଥର ମୁଖ୍ୟ ବିଶ୍ୱକର୍ମା ଉକ୍ତ କାଠରେ କୁରାଢ଼ି ଛୁଆଁଇ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରିବେ । ପରିଦିନଠାରୁ ରଥଖଳାରେ ନିର୍ମାଣ କାର୍ଯ୍ୟ ଆଗେଇବ । ଶ୍ରୀ ମହାରଣା କୁରାଢ଼ି ୩ଟିକୁ ନିଜାରତ ଜିମା ଦେଇଛନ୍ତି ।

nis-ad
Leave A Reply

Your email address will not be published.