ସିମେଣ୍ଟ ଦୋକାନୀଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ

ଛତ୍ରପୁର : ଗଞ୍ଜାମ ଛତ୍ରପୁରରେ ସିମେଣ୍ଟ ଦୋକାନୀଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କିଏ ତାଙ୍କୁ ହତ୍ୟା କରିଛି ସେନେଇ ସନ୍ଦେହ ବଢ଼ିବାରେ ଲାଗିଛି ।

ସୂଚନା ଅନୁସାରେ କୃଷ୍ଣ ନିଜ ଗାଡ଼ିରେ ବସିଥିବା ବେଳେ ତାଙ୍କ ପଛପଟୁ କେହି ଜୋରରେ ଆଘାତ କରିଥିଲେ । ଘଟଣା ସ୍ଥଳରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ ସିମେଣ୍ଟ ଦୋକାନୀ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ତୁରନ୍ତ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କିଏ ସିମେଣ୍ଟ ଦୋକାନୀଙ୍କୁ ହତ୍ୟା କରିଛି ସେନେଇ ଛାନଭିନ ଜାରି ରଖିଛି ପୋଲିସ ।

nis-ad
Leave A Reply

Your email address will not be published.