ମାଟ୍ରିକ୍ ଓ +୨ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ

ଭୁବନେଶ୍ୱର: ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ନେଇ ଗୁରୁତ୍ୱପୁର୍ଣ୍ଣ ସମିକ୍ଷା ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରଶ୍ନପତ୍ର ସୁରକ୍ଷା, ପରୀକ୍ଷା ପରିଚାଳନ ଓ ମୂଲ୍ୟାଙ୍କନ ନେଇ ମୁଖ୍ୟ ଶାସନ ସଚିବ ଏହି ବୈଠକରେ ଆଲୋଚନା କରିଛନ୍ତି ।

ଏହି ସମୟରେ ସ୍କୁଲ୍ ଓ ଗଣଶିକ୍ଷା ସଚିବ, ପୋଲିସ ଡିଜି, ପୋଲିସ କମିଶନର, ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ, ସିଏଚଏସଇ କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।

ଏପ୍ରିଲ ୨୯ ତାରିଖରୁ ମେ ୭ ତାରିଖ ପର୍ଯ୍ୟନ୍ତ ସେମେଟିଭ୍‌-୨ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହୋଇ ମେ’ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

nis-ad
Leave A Reply

Your email address will not be published.