ସାମାନ୍ୟ ଯୁକ୍ତିତର୍କରୁ ଡବଲ ମର୍ଡର

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି। ସଂଘବଦ୍ଧ ଆକ୍ରମଣରେ ସିନ୍ଧିପାର ଗାଁର ୨ ଯୁବକ ମୃତ ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ହୋଛନ୍ତି। ମୃତକ ହେଲେ ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକ। ଗୁରୁତରଙ୍କୁ ଘଟଣା ସ୍ଥାନରୁ ଉଦ୍ଧାର କରାଯାଇ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ଖବର ପାଇ ଦାମନଜୋଡି ପୁଲିସ ଘଟଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଚଇତି ପରବ ବେଣ୍ଟ ପରେ ୨ଟି ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ଯୁକ୍ତି ତର୍କ ଘଟିଥିଲା । ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ ଝଡିଗୁଡା ଗାଁର ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା। ସିନ୍ଧିପାର ଗାଁ ଲୋକଙ୍କ ଆକ୍ରମଣରେ ଝଡିଗୁଡା ଗାଁର ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିିଥିଲା।

nis-ad
Leave A Reply

Your email address will not be published.