ମାଲକାନିଗିରି ରେ କେନ୍ଦ୍ର ରେଳ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ଦ୍ଵାରା ମୁଖ୍ୟ ଡାକଘର ଉଦ୍ଘାଟିତ…


ମାଲକାନଗିରି : ଆଜି କେନ୍ଦ୍ର ରେଳ , ଯୋଗାଯୋଗ , ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଙ୍କ ମାଲକାନଗିରି ଗସ୍ତ ଅବସରରେ ଜିଲା ଡାକଘରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉଦ୍ଘାଟନ ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଆଗମିଦିନରେ ଡାକଘରେ ଅଧିକ ୨୨ପ୍ରକାର ସୁବିଧା ଉପଲବ୍ଧ ହେବ । ରାଜ୍ୟର ବିଭିନ୍ନ ଗ୍ରାମକୁ ୪ଜି ନେଟୱର୍କ ସଂଯୋଗ ସହ ସବୁ ଗାଁରେ ବ୍ୟାଙ୍କ ସୁବିଧା ଉପଲବ୍ଧ ହେଇପାରିବ । ଆଗମିଦିନରେ ରେଳ ଲାଇନ ସଂଯୋଗ ପରେ ଗ୍ରାମବାସୀ ବହୁତ ସୁବିଧା ପାଇବା ସହ କୃଷି ଜାତ ଦ୍ରବ୍ୟ ବିକ୍ରୟ ପାଇଁ କମ ଭଡା ଓ କମ ସମୟରେ ଯାତ୍ରା କରିପାରିବେ । ଅନ୍ୟ କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଶ୍ରୀ ଅଶ୍ୱନି ବୈଷ୍ଣବ ଗ୍ରାମ ଉନ୍ନୟନ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଅନୁଦାନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଉକ୍ତ କାର୍ଯ୍ୟକ୍ରମରେ ରେଳ ଓ ଡାକ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିବେ ଏବଂ ସଂସ୍କୃତି ଭବନ ଠାରେ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗଦେଇ ସଡ଼କ ପଥରେ କୋରାପୁଟ ଗ୍ରସ୍ଥ କରିବେ ।

nis-ad
Leave A Reply

Your email address will not be published.