ଗୋଟିଏ ପଟେ ମାଓବାଦୀଙ୍କ ବିରୋଧୀ, ଅନ୍ୟ ପଟେ ସୁରକ୍ଷା ବାହିନୀର ମାନବିକତା : ଆମ୍ବୁଲାନ୍ସ ନ ଆସିବାରୁ ଗର୍ଭବତୀ ଙ୍କୁ ଖଟିଆରେ ବୋହିଲେ ଯବାନ…

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଅଞ୍ଚଳରେ ବିକାଶ ବିରୋଧୀ ତଥା ଲୋକ ବିରୋଧୀ ଚିନ୍ତାଧାରା ଥିବା ମାଓବାଦୀମାନେ ସାଧାରଣ ଲୋକଙ୍କ ପାଇଁ ଅଧିକାଂଶ ସମୟରେ ରାସ୍ତାକୁ ନଷ୍ଟ କରିଥାଆନ୍ତି । ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ଡାକ୍ତରଖାନା କିମ୍ବା ଦେହ ଖରାପ ହେଲେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚୀପାରେ ନାହିଁ ତେଣୁ ଅନେକ ଥର ସାଧାରଣ ଜନତାଙ୍କୁ ମଧ୍ୟ ଜୀବନ ହରାଇବା କୁ ପଡିଥାଏ |

ବସ୍ତର ଅଞ୍ଚଳରେ ମାଓବିରୋଧୀ ଅଭିଜାନରେ ନିୟୋଜିତ ସୁରକ୍ଷା ବାହିନୀ କ୍ରମାଗତ ଭାବରେ ମାଓବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ଅନ୍ୟପକ୍ଷରେ ସେମାନେ ବିଭିନ୍ନ ସମୟରେ ସାଧାରଣ ଜନତାଙ୍କୁ ସାହାଯ୍ୟ ପାଇଁ ଆଗଭର ହୋଇଥାନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଡୋଶୀ ଛତିଶଗଡ଼ ରାଜ୍ୟ ଦାନ୍ତେୱାଡା ଜିଲ୍ଲା ରେୱାଲି ଗାଁ ରେ । ଗାଁ ର କୁରମେ ନନ୍ଦେ ଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ କୁ ଡାକିଥିଲେ । କିନ୍ତୁ ଲାଲ ବାହିନୀ ଦ୍ୱାରା ବିଭିନ୍ନ ସ୍ଥାନରେ ରାସ୍ତା ଖୋଳି ଦେଇଥିବା ଯୋଗୁଁ ଗାଁ ରେ ଆମ୍ବୁଲାନ୍ସ ପହଂଚିପାରିନଥିଲା । କିନ୍ତୁ ଉଚିତ ସମୟରେ ଦେବଦୂତ ସାଜିଲେ ଛତିଶଗଡ଼ ର DRG ( district reserve guard ) ଯବାନ ମାନେ । ପ୍ରସବ ଯନ୍ତ୍ରଣା ରେ ଛଟପଟ ହେଉଥିବା ମହିଳାଙ୍କୁ ଏକ ଖଟିଆରେ କାନ୍ଧରେ ବୋହି ମୁଖ୍ୟ ରାସ୍ତା କୁ ଆଣିଥିଲେ । ପରେ ଯବାନ ମାନେ ନିଜ ପେଟ୍ରୋଲିଂ ଗାଡି ରେ ପାଲନା ଚିକିତ୍ସାଳୟ କୁ ନେଇଥିଲେ ।

DRG ଫୋର୍ସ ଦ୍ୱାରା ଗର୍ଭବତୀ ମହିଳାଙ୍କୁ ଠିକ୍ ସମୟରେ ଡାକ୍ତରଖାନାକୁ ନେଇ ଉଭୟ ମହିଳା ଏବଂ ନବଜାତ ଶିଶୁର ଜୀବନ ବଞ୍ଚାଇଥିଲେ । ମହିଳାଙ୍କ ପରିବାର ଏବଂ ଗ୍ରାମବାସୀ DRG ଫୋର୍ସକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଏହି କଷ୍ଟଦାୟକ ସମୟରେ ପୋଲିସ ସେମାନଙ୍କୁ ଡାକ୍ତରଖାନାକୁ ନେବାରେ ସାହାଯ୍ୟ କରିଥିଲା, ଯାହାଫଳରେ ମହିଳାଙ୍କ ପ୍ରସବ ସହଜରେ ହୋଇପାରିଲା ଏବଂ ଉଭୟ ମା ଏବଂ ଶିଶୁ ସୁରକ୍ଷିତ ଅଛନ୍ତି ।

          ଇନ୍ସପେକ୍ଟର ଜେନେରାଲ୍ ବଷ୍ଟର ରେଞ୍ଜର ଶ୍ରୀ ସୁନ୍ଦରରାଜ ପି ଏହା କହିଛନ୍ତି ଯେ ଗତ ଚାରି ଦଶନ୍ଧି ଧରି ମାଓ ସଂଗଠନ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଭଳି ମୌଳିକ ସୁବିଧା ରୁ ଲୋକଙ୍କୁ ବଂଚିତ ରଖିଛନ୍ତି |  ମାଓବାଦୀଙ୍କ ଷଡଯନ୍ତ୍ରକୁ ରୋକିବାବେଳେ ଏହି ଅଞ୍ଚଳରେ ନିୟୋଜିତ ବସ୍ତର ପୋଲିସ ଏବଂ ସୁରକ୍ଷା ବାହିନୀ କ୍ରମାଗତ ଭାବରେ ଜନସାଧାରଣଙ୍କ ସ୍ୱାର୍ଥରେ କାର୍ଯ୍ୟ କରି ଲୋକଙ୍କ ଜୀବନ ଧାରାରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି।  ଆମେ ନିଶ୍ଚିତ ଯେ ଏହି ଅଞ୍ଚଳର ଲୋକଙ୍କ ଇଚ୍ଛା ଅନୁଯାୟୀ ଖୁବ୍ ଶୀଘ୍ର ବସ୍ତର ଅଞ୍ଚଳରେ ଲାଲ ଆତଙ୍କ ର ଅନ୍ତ ଘଟି ଅଂଚଳରେ ଶାନ୍ତି ପ୍ରତିଷ୍ଠା ହେବା ସହିତ ଏହି ଅଞ୍ଚଳ ଏକ ନୂତନ ପରିଚୟ ପାଇବ।
nis-ad
Leave A Reply

Your email address will not be published.