ଦିଲ୍ଲୀ ଜାହାଙ୍ଗୀପୁରୀରେ ପ୍ରଶାସନ ଦ୍ୱାରା ଅବୈଧ ଘର ଭାଙ୍ଗିବା ଘଟଣା, ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଦିଲ୍ଲୀ ଏମସିଡି ଜାହାଙ୍ଗୀରପୁରରେ ଅବୈଧ ଘର, ଦୋକନ ବଜାର ଆଦି ଭାଙ୍ଗୁଥିଲା । ସୁପ୍ରିମକୋର୍ଟ ଏବେ ଏହି ଘର ଭଙ୍ଗା ଉପରେ ରୋକ୍ ଲଗାଇଛନ୍ତି । ଶନିବାର ଏହି ସ୍ଥାନରେ ହନୁମାନ ଜୟନ୍ତୀ ଅବସରରେ ଧାର୍ମିକ ଶୋଭାଯାତ୍ରା ହୋଇଥିଲା । ଏହି ସମୟରେ ଢେଲା ପଥର ମାଡ ହୋଇଥିଲା । ଏଥିରେ ଅନେକ ପୁଲିସ କର୍ମୀ ଏବଂ ସାଧାରଣ ଲୋକେ ଆହତ ହୋଇଥିଲେ । ଏହାକୁ ନେଇ ରାଜନୀତି ସରଗରମ ରହିଛି । ଏହାରି ଭିତରେ ଅବୈଧ ଘରକୁ ଦିଲ୍ଲୀ ମହାନଗର ନିଗମର ମେୟର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସକାଳୁ ସକାଳୁ ୯ଟି ବୁଲଡୋଜର ଆସି ସମସ୍ତ ବେଆଇନ ଘରକୁ ଭାଙ୍ଗୁଥିଲା । ନିକଟରେ ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ବୁଲଡଜର ଦ୍ୱାରା ଅବୈଧ ଘର ଭଙ୍ଗାଯିବା ଉପରେ ରୋକ୍ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା । ଆଜି କିନ୍ତୁ ଦିଲ୍ଲୀ ଘଟଣାରେ ତ୍ୱରିତ ଶୁଣାଣି କରି ସୁପ୍ରିମକୋର୍ଟ ଉଚ୍ଚେଦ ଉପରେ ରୋକ୍ ଲଗାଇଛନ୍ତି । ଦିଲ୍ଲୀରେ କିନ୍ତୁ ପ୍ରଶାସନ ବୁଲଡୋଜର ବୁଲାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ସନ୍ଦେହ କରାଯାଉଛି ।

ମେୟର କହିଛନ୍ତି ବେଆଇନ ଘରକୁ ଉଚ୍ଛେଦ କରିବା ଏକ ନିୟମିତ ପ୍ରକ୍ରିୟା । ହେଲେ ମେୟର ଆଜି ବୁଲଡୁଜର ଚଳାଇବା ପୂର୍ବରୁ ଦିଲ୍ଲୀ ବିଜେପି ସଭାପତି ଅବୈଧ ଘର ଚିହ୍ନଟ କରିବାକୁ ମେୟରଙ୍କୁ ନିବେଦନ କରିଥିଲେ । ଏହାପରେ ଏମସିଡି ଆକ୍ସନ ନେଇଥିବାରୁ ବିନା ନୋଟିସରେ ଘର ଉଚ୍ଛେଦ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଉଛି ।

ସେହିପରି ସୁପ୍ରିମକୋର୍ଟ ଘର ଭଙ୍ଗା ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବି କିନ୍ତୁ ବୁଲଡୋଜର ଘର ଭାଙ୍ଗୁଥିଲା । ଏନେଇ ପ୍ରଶାସନ ସଫେଇ ଦେଇଥିଲା ତାଙ୍କ ପାଖରେ ସେମିତି କୌଣସି ନିର୍ଦ୍ଦେଶନାମା କୋର୍ଟଙ୍କର ପହଂଚି ନାହିଁ । ପରେ କୋର୍ଟଙ୍କ ଅର୍ଡର ପହଂଚିବା ପରେ ପ୍ରଶାସନ ଉଚ୍ଛେଦ ଉପରେ ରୋକ୍ ଲଗାଇଛି । ଏହି ମାମଲାରେ ଆସନ୍ତାକାଲି ମଧ୍ୟ ଶୁଣାଣି ହେବ ।

nis-ad
Leave A Reply

Your email address will not be published.