ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ଘଟଣା । ଏହାର ନିରପେକ୍ଷ ତଦନ୍ତ ଦାବି କଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ ।
ସୂଚନା ଅନୁସାରେ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଘରେ ରଷୋୟା ଭାବେ କାର୍ଯ୍ୟ କରୁଥିଲେ ଢେଙ୍କାନାଳ ନୂଆପଡ଼ା ଗାଁର ଲଲିତ କୁମାର ସାହୁ । ହେଲେ ମନ୍ତ୍ରୀଙ୍କ ନିବାସରେ ଥିବା ବେଳେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଇଛି ।ଯୁବକର ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରେ ଆତ୍ମହତ୍ୟା ହୋଇଥିବା ଘଟଣାରେ କାହିଁକି ରାତି ଅଧିଆ ମୃତଦେହ ବ୍ୟବଚ୍ଛେଦ କରାଗଲା । କେଉଁ ପରିସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାପାଳ ବ୍ୟବଚ୍ଛେଦ ପାଇଁ ଅନୁମତି ପ୍ରଦାନ କଲେ । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ କିଏ ସୁରକ୍ଷା ଦେବା ପାଇଁ ଚାହୁଁଚି ? ଏହାକୁ ନେଇ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଏହି ସାମ୍ବାଦିକ ସମ୍ମିଳନୀରେ ଜବାବ ମାଗିଛନ୍ତି । ଏହି ଘଟଣାର ସଠିକ ତଦନ୍ତ କରାଯିବା ପାଇଁ ଦାବି କରିଛନ୍ତି ସେ । ଏନେଇ ବିଜେପି ରାଜ୍ୟ ସମ୍ପାଦକ ଆଜି(ବୁଧବାର) ଝାରସୁଗୁଡ଼ା ସହର ସ୍ଥିତ ଏକ ଘରୋଇ ହୋଟେଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।