୪୪.୪ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଆଜି ରେକର୍ଡ କରାଯାଇଥିବା ଦିନ ତାପମାତ୍ରା ମଧ୍ୟରେ ୨୧ ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଠାରୁ ଅଧିକ ରେକର୍ଡ କରାଯାଇଛି। ସୋନପୁରରେ ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀର ୪୪.୩ ଡିଗ୍ରୀ, ଟିଟିଲାଗଡ଼ ୪୩.୫ ଡିଗ୍ରୀ, ବୌଦ୍ଧର ତାପମାତ୍ରା ୪୩ ଡିଗ୍ରୀ ରହିଛି।

ଅନଗୁଳ- ୪୩.୧, ବାରିପଦା -୪୧, ଝାରସୁଗୁଡ଼ା- ୪୨.୮, କେନ୍ଦୁଝର- ୪୦.୨, ସମ୍ବଲପୁର- ୪୨.୪, ସୁନ୍ଦରଗଡ଼- ୪୨.୫, ହୀରାକୁଦ- ୪୧.୬, ଭବାନୀପାଟଣା- ୪୨.୦, ତାଳଚେର- ୪୦.୬, ଭଦ୍ରକ- ୪୦, ଢେଙ୍କାନାଳ- ୪୦, ଦେବଗଡ଼- ୪୨, ବରଗଡ଼- ୪୦.୫, ନୂଆପଡ଼ା- ୪୧, ଖୋର୍ଦ୍ଧା- ୪୦, ପାରଳାଖେମୁଣ୍ଡୀ- ୪୧, ମାଲକାନାଗିରିର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଭୁବନେଶ୍ବର ୩୭.୬ ଡିଗ୍ରୀ ରହିଥିବା ବେଳେ କଟକର ତାମମାତ୍ରା ୩୭ ଡିଗ୍ରୀ ରହିଥିଲା। ଆଗାମୀ ୨ଦିନ ଯାଏଁ ଦିନ ତାପମାତ୍ରା ଆଭ୍ଯନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

nis-ad
Leave A Reply

Your email address will not be published.