ବରଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ବରଗଡ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ । ମୃତକ ଜଣକ ହେଉଛନ୍ତି କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ । ଦେବେନ୍ଦ୍ର ରସୁଲଗଡରୁ ଘରକୁ ଫେରୁଥିବା ସମୟରେ ପୋଲିସ ତାଙ୍କୁ ଉଠାଇନେଇଥିଲା । ଥାନା ହାଜତରେ ସେ ଗୁରୁତର ହୋଇପଡିଥିଲେ । ସେଠାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଦେବେନ୍ଦ୍ର ନାରେ ବିଭିନ୍ନ ଥାନାରେ ମାମଲା ରହିଛି ।

ଗତକାଲି ରାତିରେ ଦେବେନ୍ଦ୍ର ଚୋରି କରୁଥିବା ସମୟରେ ପୋଲିସ ତାଙ୍କୁୂ ଧରିଥିଲା ।ସେ ତଳେ ପଡି ଯାଇଥିଲେ । ପରେ ପୋଲିସ ଅଭିଯୁକ୍ତ ଦେବେନ୍ଦ୍ରଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା । ହେଲେ ଦେବେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ପୋଲିସ ଅଧିକାରୀ କହିଛନ୍ତି ।

nis-ad
Leave A Reply

Your email address will not be published.