ଜିଲ୍ଲାର ଦିବ୍ୟାଙ୍ଗମାନଙ୍କ ସକାଶେ ‘ଦିବ୍ୟାଙ୍ଗଜନ ସମାଧାନ’ ରେ ଅଭିଯୋଗ ଶୁଣାଣୀ…

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସମସ୍ତ ଦିବ୍ୟାଙ୍ଗ ମାନଙ୍କ ହିତ ନିମନ୍ତେ ଆଜି ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣୀ କକ୍ଷରେ ପ୍ରାଥମିକତା ଭିତ୍ତିରେ ୧୦.୦୦ଘ. ରୁ ୧୧.୦୦ଘ. ପର୍ଯ୍ୟନ୍ତ ସର୍ବ ପ୍ରଥମେ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗ ଶୁଣାଣୀ ହୋଇଥିଲା ଓ ୧୧.୦୦ଘ ପରେ ସର୍ବସାଧାରଣଙ୍କ ଅଭିଯୋଗ ଶୁଣାଣି ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ‘ଦିବ୍ୟାଙ୍ଗଜନ ସମାଧାନ’ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଉଗଡ ସମ୍ମିଳନୀ କକ୍ଷ ଠାରେ ଅଭିଯୋଗ ପାଇଁ ଆସିଥିବା ସମସ୍ତ ଦିବ୍ୟାଙ୍ଗ ମାନଙ୍କର ଅଭିଯୋଗମାନ ଶୁଣିଥିଲେ । ଅଭିଯୋଗ ଶୁଣାଣି କରି ତାର ଆଶୁ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଦିବ୍ୟାଙ୍ଗ ମାନଙ୍କ ଜୀବନ ଜୀବିକା ଉପରେ ଅଧିକ ଗୁରୁତ୍ବ ଦେଇଥିଲେ । ସେମାନେ ଯେପରି ସହଜରେ ଭତ୍ତା, ସ୍କଲାରସିପ୍, ବିକଳାଙ୍ଗ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସରକାରୀ ସହାୟତା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ । ଆଜିର ଦିବ୍ୟାଙ୍ଗଜନ ସମଧାନରେ ଜିଲ୍ଲାର ସମସ୍ତ ଅଞ୍ଚଳରୁ ସମୁଦାୟ ୨୪୪ ଜଣଙ୍କ ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ପେନସନ୍ ବାବଦକୁ ୫୯, ସ୍ବାସ୍ଥ୍ୟଗତ ୪ଟି , ପ୍ରମାଣ ପତ୍ର ବାବଦକୁ ୩୮, ଜୀବନଜୀବିକା ବାବଦକୁ ୫ ଗୋଟି, ଡି. ଆର୍. ଆଇ. ଋଣ ବାବଦକୁ ୧୮ ଗୋଟି, ଶିକ୍ଷା ସମ୍ପର୍କିତ ୨ ଗୋଟି, ଟି ଜି ଇସ୍ୟୁ ୧୮ ଗୋଟି, ପିଡିଏସ୍ ବାବଦକୁ ୨୯, ଉପକରଣ ବାବଦକୁ ୮୯, ସରକାରୀ ସହାୟତା ବାବଦକୁ ୨ ଗୋଟି,ଅନ୍ୟାନ୍ୟ ସମସ୍ୟା ବାବଦକୁ ୧୪ ଟି ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୧୬ ଜଣଙ୍କୁ ଲ୍ଯାପଟପ ବଣ୍ଟନ, ୭୦ ଜଣଙ୍କୁ ଉପକରଣ ବଣ୍ଟନ, ଜଣଙ୍କୁ ପେନସନ୍ ଟଙ୍କା ୧୨୦୦.୦୦ ପ୍ରଦାନ କରାଯାଇଥିବା, ଜଣଙ୍କୁ ତିନି ଚକିଆ ସାଇକେଲ , ଜଣେ ବ୍ୟକ୍ତିକୁ ଆଶା ବାଡି,୨ ଜଣ ଙ୍କୁ ଆର୍ଥିକ ସହାୟତା,୧୮ ଜଣ ତୃତୀୟ ଲିଙ୍ଗ ବ୍ୟକ୍ତି ବିଶେଷଙ୍କୁ ପଟ୍ଟା ପ୍ରଦାନ ଏବଂ ୯୧ ଗୋଟି ଆବେଦନର ଫୈସଲା ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ,ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା) ର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ, ଛତ୍ରପୁର ଉପ-ଜିଲ୍ଲାପାଳ ନୀଳ ମାଧବ ଭୋଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରଖା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.