୫- ଟି ସଚିବଙ୍କୁ ସାକ୍ଷାତ କଲେ ଉପନଗରପାଳ ଲଲାଟେନ୍ଦୁ…

ସୁନ୍ଦରଗଡ଼ -: ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ନବୀନ ନିବାସରେ ସୁନ୍ଦରଗଡ଼ ପୌରପାଳିକାର ଉପନଗରପାଳ ଲଲାଟେନ୍ଦୁ ପରିଡ଼ା ସାକ୍ଷାତ କରିଛନ୍ତି ୫- ଟି ସଚିବ ଭି.କେ. ପାଣ୍ଡିୟାନଙ୍କୁ। ପ୍ରକାଶ ଯୋଗ୍ୟ ଯେ ସଦ୍ୟ ସମାପିତ ପୌର ନିର୍ବାଚନରେ ସାରା ଓଡ଼ିଶାରେ ପୌରାଧ୍ୟକ୍ଷ ପଦବୀରେ ଅଧିକାଂଶ ପଦ ଯାଇଥିଲା ବିଜେଡିକୁ। ମାତ୍ର ସୁନ୍ଦରଗଡ଼ ଥିଲା ଏକ ବ୍ୟତିକ୍ରମ ଯେଉଁଠି ପୌରଧ୍ୟକ୍ଷା ପଦ ଯାଇଥିଲା ବିଜେପି ହାତକୁ। ପରିଷଦରେ ୧୧ ଜଣ ବିଜେଡ଼ି କାଉନସିଲର ଥିବା ବେଳେ ଆବଶ୍ୟକ ଥିଲା ଏକ ଦୃଢ଼ ଓ ସୁଦକ୍ଷ ବିଜେଡ଼ି ନେତୃତ୍ୱ ଯିଏକି ଉପନଗରପାଳ ଭାବରେ ବିଜେଡିର ବିକାଶ ଧାରାକୁ ସହରରେ ପ୍ରବାହିତ କରିବ। ଏହି ପରିପ୍ରେକ୍ଷୀରେ ମୋହର ବାଜିଥିଲା ଜଣେ ଦକ୍ଷ ସଂଗଠକ ଭାବରେ ନିଜକୁ ପ୍ରତିପାଦିତ କରିଥିବା ଲଲାଟେନ୍ଦୁଙ୍କ ନାମରେ। ଦାୟୀତ୍ବ ଗ୍ରହଣ କରି ସାରିବା ପରେ ଲଲାଟେନ୍ଦୁ ନିଜ ପୌରାଞ୍ଚଳର ଅନେକ ସମସ୍ୟାଗୁଡ଼ିକୁ ଲିପିବଦ୍ଧ କରି ଆଜି ଭେଟିଛନ୍ତି ପାଣ୍ଡିୟାନଙ୍କୁ। ସହରର ସୌନ୍ଦର୍ଯୀକରଣ ପାଇଁ ନିଆଯାଇଥିବା ପଦକ୍ଷେପକୁ ତ୍ଵରାନିତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବା, ୧୪ ଟି ଜଳାଶୟର ପୁନରୁଦ୍ଧାର, ରାତ୍ସା ସମୂହର ଉନ୍ନତୀକରଣ, ଵ୍ୟାରେଜ ନିର୍ମାଣ ପ୍ରକ୍ରିୟାର ତ୍ୱରାନ୍ଵୟନ, ବର୍ଷା ଜଳ ନିଷ୍କାସନ ପ୍ରକ୍ରିୟାର ନିର୍ମାଣ ତଥା ସହରରେ ଜରାଜୀର୍ଣ୍ଣ ହୋଇ ରହିଥିବା ବିଦ୍ୟୁତ୍ ବ୍ୟବସ୍ଥାର ନବୀକରଣ ଓ ଭୂମିଗତ ବିଦ୍ୟୁତ୍ ସଞ୍ଚାଳନ ବ୍ୟବସ୍ଥା ପାଇଁ ପାଣ୍ଡିୟାନଙ୍କ ସିଧାସଳଖ ହସ୍ତକ୍ଷେପ ଲୋଡିଛନ୍ତି ଲଲାଟେନ୍ଦୁ। ଏତଦ୍ ବ୍ୟତୀତ ୩୪ କୋଟି ବିନିଯୋଗରେ ପାନୀୟ ଜଳଯୋଗାଣ ପ୍ରକଳ୍ପର ନିର୍ମାଣ ସମାପ୍ତ ହୋଇଥିଲେ ହେଁ ତାହା ଡି.ପି.ଆର୍ ଅନୁସାରେ ନିର୍ମିତ ହୋଇ ନଥିବାରୁ ଏହାର ସୁବିଧା ଜନସାଧାରଣ ପାଉନଥିବା ବିଷୟରେ ସେ ସଚିବଙ୍କୁ ଅବଗତ କରାଇଥିଲେ। ସହରର ଅଣୁବନୀକରଣ ତଥା ପଥପ୍ରାନ୍ତ ବୃକ୍ଷରୋପଣ ପାଇଁ ପାଣ୍ଡିୟାନଙ୍କୁ ଅନୁରୋଧ କରିଥିଲେ ଲଲାଟେନ୍ଦୁ।ସେ ଅନ୍ୟ ଏକ ମୁଖ୍ୟ ଦାବୀ ମଧ୍ୟ ଉପସ୍ଥାପନ କରିଥିଲେ ଯାହା କି ସୁନ୍ଦରଗଡର ପ୍ରତ୍ୟେକ ନଗରବାସୀ ଆଶା କରୁଛନ୍ତି। ଏହା ହେଉଛି ସୁନ୍ଦରଗଡର ଏମସ୍ ସ୍ଥାପନ। ଲଲାଟେନ୍ଦୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ବିଷୟରେ ଆଲୋଚନା କରି ଏହାର ସଫଳ ରୂପାୟନ ପାଇଁ। ସହରର ଉନ୍ନତି ପାଇଁ ଉପନଗରପାଳ ତତ୍ପରତା ଦେଖାଇ ଥିବାରୁ ସହରବାସୀ ଲଲାଟେନ୍ଦୁଙ୍କୁ ସାଧୁବାଦ୍ ଜଣାଇଛନ୍ତି।



nis-ad
Leave A Reply

Your email address will not be published.