ବିଜୁବାବୁଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ହିଞ୍ଜିଳିକାଟୁ (୧୭/୪) : କଳିଙ୍ଗର ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ ରବିଵାର ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ଵ୍ଳକ ବିଜେଡ଼ିର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ପୌରାଞ୍ଚଳ ବିଜେଡ଼ି ସଭାପତି ଭୀମସେନ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ପୂରବିଭାଗ କାଳଦଙ୍ଗଳାରେଠାରେ ସମସ୍ତ ଦଳୀୟ କର୍ମୀଏକତ୍ରୀତ ହୋଇଥିଲେ । ପୂର୍ତ୍ତବିଭାଗ ଡାକ ବଙ୍ଗଳା ଠାରୁ ତିଳ ତର୍ପଣ କଲାପରେ ଏକ ଶୋଭାଯାତ୍ରା ରେ ସ୍ଵଳ୍ପ ସଂଖ୍ୟକ ବିଜେଡି କର୍ମୀ ବାହାରି ବିଜୁପଟ୍ଟନାୟକ ଛକ ସ୍ଥିତ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରର୍ତିମୁର୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ଵିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଶେଷରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଵିଜୁ ପଟ୍ଟନାୟକ ପାର୍କ ରେ ଥିବା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରର୍ତିମୁର୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ବିଜୁ ବାବୁ ଅମର ରହେ ଧୃନିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଅପରାହ୍ନ ୪ଟା ବେଳେ ହିଞ୍ଜିଳି କନକ ଦୁର୍ଗା କଲ୍ୟାଣୀ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

nis-ad
Leave A Reply

Your email address will not be published.