କମାଲ କରୁଛି ’କେଜିଏଫ୍‌୨’ : ମାତ୍ର ୨ ଦିନରେ ୧୦୦ କୋଟିର ବେପାର

ମୁମ୍ବାଇ: ତେଲୁଗୁ ସୁପର୍‌ଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌୨’ ବକ୍ସ ଅଫିସ୍‌ରେ ହଲ୍ଲା ମଚାଇଛି। ରିଲିଜ୍‌ ହେବା ମାତ୍ରେ ହିଁ ଫିଲ୍ମଟି ବଡ଼ ବଡ଼ ବଲିଉଡ୍‌ ଓ ତେଲୁଗୁ ଚଳଚ୍ଚିତ୍ରକୁ ପଛରେ ପକାଇଛି। ୟଶଙ୍କ ଏହି ଫିଲ୍ମଟି ପ୍ରଥମ ଦିନରେ ୫୪ କୋଟି ବ୍ୟବସାୟ ଆରମ୍ଭ କରି ଦ୍ବିତୀୟ ଦିନରେ ବି କମ‌ାଲ୍‌ କରିଛି। ମାତ୍ର ୨ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟିର ବେପାର କରି ସମସ୍ତ ରେକର୍ଡ ଭଙ୍ଗ କରିଛି।
ଆପଣ ଚଳଚ୍ଚିତ୍ରଟିର ବେପାରରୁ ଆକଳନ କରିପାରୁଥିବେ ଯେ ଏହା ବଲିଉଡ୍‌ ଚଳଚ୍ଚିତ୍ରଠାରୁ ଯଥେଷ୍ଟ ଅଧିକ ଆଗରେ ରହଛି। ଟ୍ରେଡ୍‌ ଆନାଲିଷ୍ଟ୍‌ ଚରଣ ଆଦର୍ଶ ଏକ ଟ୍ବିଟ୍‌ କରି ‘କେଜିଏଫ୍‌୨’ କୁ ସୁନାମୀ ସହ ତୁଳନା କରିଛନ୍ତି। ‘ବାହୁବଳୀ୨’, ‘ଦଙ୍ଗଲ’ ସବୁର ରେକର୍ଡ ‘କେଜିଏଫ୍‌୨’ ଭଙ୍ଗ କରିଛି ବୋଲି ସେ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି।
୪ ଦିନ ମଧ୍ୟରେ ଚଳଚ୍ଚିତ୍ରଟି ୧୮୫ କୋଟିର ବେପାର କରିଦେବ ବୋଲି ସେ ଅନୁମାନ ଲଗାଇଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଚଳଚ୍ଚିତ୍ରଟି ପ୍ରଥମ ଦିନରେ ୫୩.୯୫ ‌କୋଟିର ବେପାର କରିଥିବା ବେଳେ ଦ୍ବିତୀୟ ଦିନରେ ୪୬.୭୯ କୋଟିର ବେପାର କରିଛି। ଏହି ଚଳଚ୍ଚିତ୍ରରେ ୟଶ୍‌ଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନ୍‌ ବି ନଜର ଆସିଛନ୍ତି।

nis-ad
Leave A Reply

Your email address will not be published.