ଅଗ୍ନିଶମ ବାହିନୀର କୌଶଳ ପ୍ରଦର୍ଶନ…

ହିଞ୍ଜିଳିକାଟୁ :ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ ହିଞ୍ଜିଳିକାଟୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶିକ୍ଷଣ ସ୍କୁଲ ଛାତ୍ର ଛାତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ନିଜେ ସୁରକ୍ଷିତ ରହିବା ଓ ଅନ୍ୟକୁ ସୁରକ୍ଷିତ କରିବା କଳାକୌଶନକୁ ଅଗ୍ନିଶମ ଅଧିକାରୀ ଗୌତମ ସାହୁଙ୍କ ନେତୃତ୍ବରେ ବିଭାଗର କର୍ମଚାରୀ ପ୍ରଦର୍ଶନ କରିଥିଲେ। ହିଞ୍ଜିନିକାଟୁ ସରକାରୀ ଵୃନ୍ଦାବନ ଵିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନୀ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ। ସ୍କୁଲର ଶିକ୍ଷକ , ଲାଲମୋହନ ସାହୁ, ରଶ୍ମିତା ଦାସ, , ଅଖିଳ କୁମାର ପଣ୍ଡା, ଆର ଭିମରାଜୁ, ପି ରାମା ରାଓ, ରଶ୍ମିତା ଭୋଳ, ଗାୟତ୍ରୀ ଚୌଧୁରୀ, ହେମନ୍ତ ନନ୍ଦ, କିରାଣି ମଧୁସୂଦନ ପଣ୍ଡାଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ପରାଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.