ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ : ୩୦ ମୃତ

ନୂଆଦିଲ୍ଲୀ: ପଡ଼ୋଶୀ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିଛି ପାକିସ୍ତାନ। ଆଫଗାନିସ୍ତାନର ଖୋସ୍ତ ପ୍ରଦେଶରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବା ସୂଚନା ମିଳିଛି। ଏହି ଖବରକୁ ନେଇ ଆଫଗାନିସ୍ତାନର ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି। ଶୁକ୍ରବାର ରାତି ଅର୍ଥାତ ଏପ୍ରିଲ ୧୫ ତାରିଖରେ ଏହି ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ପ୍ରାୟ ୩୦ ଜଣ ନିହତ ହୋଛନ୍ତି। ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ଥିବା ଜଣାପଡ଼ିଛି। ଖୋଷ୍ଟ ପ୍ରୋଭିଡେନନ୍ସର ସ୍ପୁର ଜିଲ୍ଲାରେ ପାକିସ୍ତାନ ଯୁଦ୍ଧ ବିମାନ ଟାର୍ଗେଟ ହିଟ୍‌ କରିଛି।
ସ୍ପୁର ଜିଲ୍ଲାରେ ମିରାପର, ମଣ୍ଡେସ୍‌, ସାରଇଦି ଏବଂ କାଇ ଗ୍ରାମରେ ପାକିସ୍ତାନର ୨୬ଟି ପ୍ଲେନ୍‌ ପକ୍ଷରୁ ଆକ୍ରମଣ କରାଯାଇଛି। ୱାଜିସ୍ତାନ ଅଞ୍ଚଳର ଏକ ବଡ଼ ଧାର୍ମିକ ଗୋଷ୍ଠୀ ‘କିଙ୍ଗ ଜାମସିଦ୍‌’ ଗଣମାଧ୍ୟମକୁ କହିଛି ଯେ, ଏହି ଆକ୍ରମଣରେ ଅନୁନ୍ୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଶୁକ୍ରବାର ରାତି ପ୍ରାୟ ୯ଟାରେ ପାକିସ୍ତାନ ସେନା ଓ ତାଲିବାନ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା।
ଏହା ପରେ ଶୁକ୍ରବାର ରାତିରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ ଖୋସ୍ତ ପ୍ରଦେଶର ଦୁଇଟି ଏରିଆରେ ଏୟାର ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି। ସେପଟେ ଏହି ଏୟାର ଷ୍ଟ୍ରାଇକରେ ବହୁ ସଂଖ୍ୟକ ସରକାର ବିରୋଧୀ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ପାକିସ୍ତାନ ସରକାର କିମ୍ବା ଆଫଗାନିସ୍ତାନ ବୈଦେଶକି ମନ୍ତ୍ରଣଳାୟ ପକ୍ଷରୁ ସରକାରୀ ଭାବେ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

nis-ad
Leave A Reply

Your email address will not be published.