ଚାଇନାକୁ ଖୋଲା ଚେତାବନୀ ଦେଲେ ରାଜନାଥ: କହିଲେ ହାତ ମାରିଲେ ଛାଡ଼ିବୁନି

ନୂଆଦିଲ୍ଲୀ: ଭାରତର ସୁରକ୍ଷା ନେଇ ଚାଇନାକୁ ଖୋଲା ଚେତାବନୀ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଯଦି ଦେଶରେ କିଛି ବି ଟିକେ କ୍ଷତି ହୁଏ ତେବେ ଭାରତ କାହାକୁ ଛାଡ଼ିବ ନାହିଁ। ସାନ୍‌ ଫ୍ରାନ୍‌ସିସକୋରେ ଭାରତୀୟ ଦୂତାବାସ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ ଏହା କହିଛନ୍ତି। ଏହି ଅବସରରେ ଚାଇନା ସୀମାରେ ଭାରତୀୟ ସେନା ପ୍ରଦର୍ଶନ କରିଥିବା ବୀରତ୍ୱର ଗାଥା ବଖାଣିଥିଲେ ରାଜନାଥ।
ତେବେ ସୁରକ୍ଷା ପ୍ରସଙ୍ଗରେ ଭାରତୀୟ ସେନା କ’ଣ କରିପାରିବ ଏବଂ ସରକାରଙ୍କ ନିଷ୍ପତ୍ତି ବାବଦରେ ମୁଁ ଖୋଲି କରି କହିପାରିବି ନାହିଁ ବୋଲି ସେ କହିଛନ୍ତି। ୨୦୨୦ରେ ଲଦାଖ ସୀମାରେ ଭାରତ ଓ ଚାଇନା ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥତି ସୃଷ୍ଟି ହୋଇଥିଲା। ଗଲୱାନ ଘାଟିରେ ଘଟିଥିବା ଏହି ସଂଘର୍ଷରେ ଭାରତର ୨୦ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହି ସଂଘର୍ଷରେ ଚାଇନା ସୈନ୍ୟ ମଧ୍ୟ ପ୍ରାଣ ହରାଇଥିଲେ । ହେଲେ ତାଙ୍କର ପ୍ରକୃତ ମୃତ୍ୟୁ ସଂଖ୍ୟା ଜଣାପଡ଼ି ନାହିଁ। ପୂର୍ବଲଦାଖରେ ଲାଗିରହିଥିବା ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ୧୫ ଥର ସାମରିକସ୍ତରୀୟ ଆଲୋଚନା ହୋଇଛି। ସେଥିରେ ଉଭୟ ସେନା ନିଜ ପୂର୍ବ ସ୍ଥିତାବସ୍ଥାକୁ ଫେରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସାନ୍‌ ଫ୍ରାନ୍‌ସିସକୋରେ ଭାରତ-ଆମେରିକା ସମ୍ପ୍ରଦାୟଙ୍କୁ ଉଦବୋଧନ ଦେଇ ରାଜନାଥ କହିଛନ୍ତି ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଅଧିକ ଶକ୍ତିଶାଳି ହୋଇଛି।
ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଆମେ ସଶକ୍ତ ହୋଇଛୁ। ବିଶ୍ୱଦରବାର ଭାରତର ଛବି ବଦଳିଛି। ଦ୍ରୁତ ଗିତି ଦେଶରେ ବିକାଶ ହୋଇଛି। ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱର ଏମିତି କିଛି ଶକ୍ତି ନାହିଁ ଯିଏ ଭାରତକୁ ବିଶ୍ୱର ଶ୍ରେଷ୍ଠ ୩ଟି ଆର୍ଥିକ ରାଷ୍ଟ୍ର ମଧ୍ୟରେ ପହଞ୍ଚିବାକୁ ରୋକିପାରିବ। ସେହିପରି ଆମେରିକାକୁ ଇସାରା ଦେଇ ରାଜନାଥ କହିଛନ୍ତି ଯେ, ଭାରତ ଜିରୋ-ସମ୍‌-ଗେମ୍‌ କୂଟନୀତିରେ ବିଶ୍ୱାସ କରେ ନାହିଁ। ଯଦି ଭାରତ ସହ କାହାର ଭଲ ସମ୍ପର୍କ ରୁହେ ତାର ଅର୍ଥ ନୁହେଁ ଯେ, ଅନ୍ୟ ଦେଶ ସହ ଖରାପ ହେବ। ୟୁକ୍ରେନ୍ ସଙ୍କଟ ବେଳେ ଭାରତର ଆଭିମୁଖ୍ୟକୁ ନେଇ ରାଜନାଥ ଏହା ସ୍ପଷ୍ଟ କରିଛନ୍ତି।

nis-ad
Leave A Reply

Your email address will not be published.