ରାମ ଭଗବାନ ନୁହଁନ୍ତି, ଏକ ଗପର ଚରିତ୍ର: ଜିତନ ରାମ ମାନଝୀ

ପାଟଣା: ମୁଁ ରାମଙ୍କୁ ବିଶ୍ୱାସ କରେନି। ରାମ ଭଗବାନ ନୁହଁନ୍ତି। ଏହା ଏକ ଗପର ଚରିତ୍ର। ଯାହାକୁ ତୁଳସୀ ଦାସ ଓ ବାଲ୍ମିକୀ ତାଙ୍କ ବାର୍ତ୍ତା ପ୍ରଚାର ନିମେନ୍ତ ତିଆରି କରିଥିଲେ। ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସାମ୍ମୁଖ୍ୟ ସହଯୋଗୀ ଜିତନ ରାମ ମାନଝୀ ଏହି ବିବାଦୀୟ କଥା କହିଛନ୍ତି। ଯାହା ଏଠାରେ ମିଳିତ ସରକାର କରିଥିବା ବିଜେପିକୁ ବିବାଦ ଭିତରକୁ ଟାଣି ନେଇଛି।
ଗୁରୁବାର ସମ୍ବିଧାନ ପ୍ରଣେତା ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇ ସେ କହିଥିଲେ, ରାମାୟଣରେ ଅନେକ ଭଲ ବିଷୟ ଉଲ୍ଲେଖ ରହିଛି। ତୁଳସୀ ଦାସ ଓ ବାଲ୍ମିକୀଙ୍କ ଉପରେ ବିଶ୍ୱାସ ରହିଛି। ହେଲେ ରାମଙ୍କ ଉପରେ ନାହିଁ।
ଜାତିବାଦକୁ ଇଙ୍ଗିତ କରି ସେ କହିଥିଲେ, ଯଦି ଆପଣ ରାମଙ୍କୁ ବିଶ୍ୱାସ କରୁଛନ୍ତି, ତେବେ ସେ ଶବରିଙ୍କ ଅଇଁଠା ଫଳ ଖାଇଥିବା ଶୁଣିଥିବେ। କିନ୍ତୁ ଆପଣମାନେ ଆମ ଅଇଁଠା ନଖାଅ, ଅତିକମରେ ଆମେ ଛୁଇଁଥିବା ଫଳ ତ ଖାଅ। ଦୁନିଆରେ ଦୁଇଟି ଜାତି ରହିଛି। ତାହା ହେଲା ଧନୀ ଓ ଗରିବ।
ସୂଚନାଯୋଗ୍ୟ, ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାରରେ ଶ୍ରୀ ମାନଝୀଙ୍କ ପୁଅ ସନ୍ତୋଷ କ୍ୟାବିନେଟ୍ ମନ୍ତ୍ରୀ ରହିଛନ୍ତି। ଏହାଛଡା ଶ୍ରୀ ମାନଝୀ ଏବେ ହିନ୍ଦୁସ୍ଥାନ ଅୱାମ ମୋର୍ଚ୍ଚାର ମୁଖ୍ୟ ରହିଛନ୍ତି। ଏହା ବିଜେପିର ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟର ଏକ ଅଂଶ। ତେଣୁ ଏହି ବକ୍ତବ୍ୟ ଆଲୋଚନାକୁ ଆସିଛି।
ରାମ ନବମୀରେ ଶୋଭାଯାତ୍ରାକୁ ନେଇ ଗୁଜରାଟ, ମଧ୍ୟପ୍ରଦେଶ, ଝାରଖଣ୍ଡ, ପଶ୍ଚିମବଙ୍ଗ ପ୍ରଭୃତି ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିବା ବେଳେ ଜିତନ ରାମ ମାନଝୀଙ୍କ ଏହି ବକ୍ତବ୍ୟ ନିଆଁରେ ଘିଅ ଢାଳିଛି।

nis-ad
Leave A Reply

Your email address will not be published.