ବାରାହ ଆକ୍ରମଣର ଶିକାର ହେଲେ ଯୁବକ…

ଫୁଲବାଣୀ/ବାଲିଗୁଡ଼ା: ବଳଦ ଖୋଜିବାକୁ ଯାଇ ବରାହ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ନ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ରଢ଼ା ଗ୍ରାମରେ । ସୂଚନା ପ୍ରକାରେ ରଢ଼ା ଗ୍ରାମର ବିକ୍ରମ ସୁକାମାଝୀ ନାମକ ୨୮ ବର୍ଷୀୟ ଯୁବକଙ୍କ ବଳଦ ଜଙ୍ଗଲକୁ ଚରିବାକୁ ଯାଇଥିଲେ । ବଳଦ ଫେରିବାରେ ବିଳମ୍ବ ହେବାରୁ ନିଜ ବନ୍ଦୀଙ୍କୁ ଖୋଜିବାକୁ ନିକଟସ୍ଥ ଜବା ଜଙ୍ଗଲକୁ ଯାଇଥିଲେ ବିକ୍ରମ । ବଳଦ ଖୋଜି ଫେରିବା ସମୟରେ ସେହି ଜଙ୍ଗଲରେ ଏକ ନାଳ ନିକଟରେ ହଠାତ୍ ଏକ ବରାହ ଆସି ବିକ୍ରମଙ୍କୁ ଆକ୍ରମଣ କରିଥିଲା । କୌଣସି ପ୍ରକାରେ ବିକ୍ରମ ବରାହ କବଳରୁ ମୁକୁଳି ଯାଇଛନ୍ତି ସତ, କିନ୍ତୁ ବରାହ ଆକ୍ରମଣରେ ତାଙ୍କର ଦୁଇ ଜଙ୍ଘ, ଗୋଡ଼ ଓ ହାତରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ବିକ୍ରମ ସୁକାମାଝୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

nis-ad
Leave A Reply

Your email address will not be published.