ବ୍ରହ୍ମପୁର : ବାବା ସାହେବ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଅବସରରେ ଭାରତ ମୁକ୍ତିମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ମୋଟରସାଇକେଲ୍ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ବ୍ରହ୍ମପୁର ଫାଷ୍ଟଗେଟ୍ ଛକ ଠାରୁ ଏହି ଶୋଭାଯାତ୍ରା ବାହାରି ଗେଟ୍ ବଜାର, ଖଲ୍ଳିକୋଟ କଲେଜ, ବିଜିପୁର ଛକ, ଗୋଷାଣିନୂଆଗାଁ ଦେଇ ଲାଞ୍ଜିପଲ୍ଲୀ ଦୀପସାହି ସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତି ଠାରେ ପହଚିଂଥିଲା । ସେଠାରେ ମୁକ୍ତିମୋର୍ଚ୍ଚାର ସଦସ୍ୟ ମାନେ ଏକତ୍ରିତ ହୋଇ ଆଇନ ପ୍ରଣୟତା ବାବା ସାହେବ୍ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଭାରତ ସମ୍ବିଧାନର ମୂଳପୁଷ୍ଟା ବାବା ସାହେବ୍ ଆମ୍ବେଦକର ଦେଶରେ ଜାତି ଭେଦଭାବ ଅସ୍କୃଶତା ବିରୋଧରେ ଦୀର୍ଘ ଦିନ ଧରି ଲଢ଼େଇ କରିଥିଲେ । ସମାଜର ଦିଗ୍ଦର୍ଶନ ଏବଂ ପରିବର୍ତ୍ତନ ରେ ସେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ସମ୍ବିଧାନ ପ୍ରଣୟନ କରି ସାରା ଦେଶରେ ଆଇନ ପ୍ରଣୟନ କରିଥିଲେ । ତାଙ୍କର ଏଭଳି ମହତ୍ୱ କାର୍ଯ୍ୟ ଯୋଗୁଁ ଆଜି ଭାରତ ଦେଶ ଗଣତନ୍ତ୍ର ରାଷ୍ଟ୍ର ଭାବେ ବିଶ୍ୱ ପ୍ରସିଦ୍ଧି ଲାଭ କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁକ୍ତିମୋର୍ଚ୍ଚାର ତପନ ନାୟକ, ବ୍ରଜ ନାୟକ, ଚିନ୍ତାମଣୀ ନାୟକ, ମଧୁସୁଦନ ସେଠୀ, ଶିବରାମ ସାହୁ, ଦେବେନ୍ଦ୍ର ପାତ୍ର, ଅଶୋକ କୁମାର ସେଠୀ, ନନ୍ଦ ମାଝୀ, ମୃତ୍ୟୁଞ୍ଜୟ ବେହେରାଙ୍କ ସମେତ ବହୁ କର୍ମକର୍ତା ଅଂଶ ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post