ହିଞ୍ଜିଳିରେ ମେରୁଯାତ୍ରା ଉଦ୍‌ଯାପିତ

ହିଞ୍ଜିଳିକାଟୁ (୧୪/୪) : ହିଞ୍ଜିଳିକାଟୁ ସହର ସମେତ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ଗ୍ରାମରେ ମେରୁପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଗତ ଦୁଇବର୍ଷ ଧରି କରୋନା ମହାମାରି ପ୍ରଭାବରେ ସରକାରଙ୍କ ନିୟମ ଅନୁଯାଇ ଦଣ୍ଡପର୍ଵ ବିଧି ବିଧାନରେ ଭକ୍ତଙ୍କ ଵିନାସମାରୋହରେ ପାଳନ ହୋଇଥିଲା ।ଚଳିତ ଵର୍ଷ କରୋନା ପ୍ରଭାବ ହ୍ରାସ ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ମାର୍ଚ୍ଚ ମାସ ୨୪ରୁ ୨୧ ଦିନଆ ଦଣ୍ଡ, ୨୭ରୁ ୧୮ ଦିନିଆ ଦଣ୍ଡ, ଏପ୍ରିଲ ୨ ଠାରୁ ଆରମ୍ଭ ହୋଇଥିବା ୧୩ ଦିନିଆ ଦଣ୍ଡ ଆଜି ଗୁରୁବାର ଦିନ ଶେଷ ହୋଇଯାଇଛି । ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ହିଞ୍ଜିଳି ବଡ଼ ପୁଞ୍ଜା ଓ ସାନ ପୁଞ୍ଜା ହିଞ୍ଜିଳି ବ୍ଳକରେ ଥିବା ସମରଝୋଳ,କୋଳିଦାସପୁର,ପାଟପୁର ସାରୁ, ରାଳବ, ଆଲପୁର, ବୁରୁପଡ଼ା, ପୋଚିଲିମା, ମକରଝୋଳ, ଖଣ୍ଡରା ,ଦୁର୍ବନ୍ଧ ଗ୍ରାମର ତିନି ପୁଞ୍ଜା ଦଳଗୁଡ଼ିକର ଦଣ୍ଡୁଆ ମାନେ ସକାଳୁ ଢୋଲ ସହ ବିଭିନ୍ନ ବାଦ୍ୟ ବାଦଣା ସହ ଵାନା ଓ ପିଛଂମୁଠା ଧରି ଗ୍ରାମ ପରିକ୍ରମା କରିଥିଲେ।

ପ୍ରତ୍ୟେକଙ୍କ ଘର ଆଗରେ ପୂର୍ଣ୍ଣ ସହ ଭୋଗ ବଢାଯାଇଥିଲା। ଦଣ୍ଡୁଆ ମାନେ ଗାଁ ପରିକ୍ରମା ପରେ ଧୂଳିଦଣ୍ଡ ଓ ପାଣି ଦଣ୍ଡ ସାରି ମେରୁକୁଣ୍ଡକୁ ଯାଇଥିଲେ । ମେରୁକୁଣ୍ଡରେ ପାଟ ଦଣ୍ଡୁଆକୁ ଆଣି ପରମ୍ପରା ଅନୁଯାୟୀ ମେରୁକୁଣ୍ଡକୁ ଅଣାଯାଇ ଯଜ୍ଞକୁଣ୍ଡ ଉପରେ ଝୁଲାଇ ପୂର୍ଣାହୂତି ହେବା ପରେ ପାଟ ଦଣ୍ଡୁଆଙ୍କୁ ଖୋଲି ମନ୍ଦିରକୁ ନିଆଯାଇଥିଲା । ମେରୁ କୁଣ୍ଡରେ ମାନସିକଧାରୀଙ୍କ ନଡ଼ିଆ ଭଙ୍ଗା ଯିବା ପରେ ମେରୁପର୍ବ ସମାପନ ହୋଇଥିଲା । ଶାନ୍ତି ଶୃଙ୍ଖଳା ପାଇଁ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଙ୍କ ନେତୃତ୍ବରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ହିଞ୍ଜିଳିର ଦୁଇ ପୁଞ୍ଜ ମେରୁ ପର୍ବକୁଦେଖିବାପାଇଁ ମେରୁ କୁଣ୍ଡ ଚାରିପଟେ ଆଖ ପାଖ ଅଚଂଳର ବହୁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ସେହିପରି ପଣା ସଂକ୍ରାନ୍ତି ଉପଲକ୍ଷେ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ତରଫରୁ ସହର ଠାରୁ ପୁରପଲ୍ଲି ସାରା ଅଞ୍ଚଳ ରେ ପଣା ବଣ୍ଟନ କରାଯାଇଥିଲା।

nis-ad
Leave A Reply

Your email address will not be published.