ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ପଞ୍ଚ ବିଂଶତମ ଯାତ୍ରା ୨୦୨୨ର କର୍ମକର୍ତ୍ତା ଚୟନ


ଫୁଲବାଣୀ (୧୩/୪) : ଚଳିତ ବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ହେବକି ନାହିଁ ଆଶା ଅଶାଙ୍କର ଅନ୍ତ ଘଟିଛି।ଶେଷରେ ଆଗାମୀ ୨୦୨୨-୨୩ ର ହେବାକୁଥିବା ଯାତ୍ରାର ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷ ଦେଵ ମିଶ୍ର ଓ ପୋୖରାଧ୍ୟକ୍ଷ ସ୍ମିତା ରାଣୀ ମହାନ୍ତିଙ୍କ ଉପସ୍ଥିତିରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ରୀତି ନୀତି ପରମ୍ପରା ଅନୁସାରେ ପ୍ରଦୀପ ପ୍ରଜ୍ବଳନ ପରେ ଅତୀତରେ ଅକାଳ ବିୟୋଗ ଘଟିଥିବା ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ସ୍ମୃତି ଉଦେଶ୍ୟ ରେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା।ପରେ ପୁର୍ବତନ ସମ୍ପାଦକ ତାଙ୍କର ବାର୍ଷିକ ବିବରଣୀ ପାଠ କରିଥିଲେ।ଏଥିସହିତ ପୁର୍ବତନ କମିଟି ଭଙ୍ଗ କରିବା ଏବଂ ନୂତନ କମିଟି ଗଠନ ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ। ଏହି କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା।ସଭାପତି ରୂପେ ପି. ସୁଧାଂଶୁ ସେନାପତି ଓ ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ତ୍ରିପାଠୀ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ସୁଜିତ କୁମାର ବେହେରା, ସାଂସ୍କୃତିକ ସମ୍ପାଦକ ଭାବେ ଭି. ଲୋକନାଥ ରାଜୁ , ଅର୍ଥ ସମ୍ପାଦକ ଭାବେ କାବୁଲା ସେନାପତି ଓ କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ମହାନ୍ତି ମନୋନୀତ ହୋଇଛନ୍ତି। ସେହିପରି ୪ ଜଣ ସହ ସମ୍ପାଦକ ଭାବରେ ଯଥା ଅରୁଣ କୁମାର ପଣ୍ଡା,ପାର୍ଥ ସାରଥୀ ବିଶ୍ଵାଳ,ସୀମାଞ୍ଚଳ ପ୍ରଧାନ, ସୁମନ ପଟ୍ଟନାୟକ ପ୍ରମୁଖ ମନୋନୀତ ହୋଇଛନ୍ତି। ଉକ୍ତ ନିର୍ବାଚନରେ ସବୁ ମନ୍ଦିର ପରିଚାଳନା କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସବୁ ବଜାର କମିଟିର ସଭାପତି ଓ ସମ୍ପାଦକ ମାନେ ମଧ୍ୟ ଉପସ୍ଥିତ ଥିଲେ।ସମସ୍ତଙ୍କ ସହମତି କ୍ରମେ ସମସ୍ତ କାର୍ଯ୍ୟ ସୁଚାର ରୂପେ ସମାପ୍ତ ହୋଇଥିଲା। ବିଶୃଙ୍ଖଳା ନ ଉପୁଜିବା ପାଇଁ ପୋଲିସ ମୁତୟନ କରାଯାଇଥିଲା।

nis-ad
Leave A Reply

Your email address will not be published.