ପୂର୍ବତନ ପୋଲିସ ଡିଜିପି ଅଭୟ ହେଲେ ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର: ବରିଷ୍ଠ ପୋଲିସ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ପୋଲିସ ଡିଜି ଅଭୟଙ୍କୁ ମିଳିଲା ନିଯୁକ୍ତି । ଓଏସଏସସି ଅଧ୍ୟକ୍ଷ ଭାବେ ଅଭୟଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଓଡ଼ିଶା ସିଭିଲ ସର୍ଭିସ ସିଲେକସନ୍‌ କମିଶନରେ ନିଯୁକ୍ତି ପାଇଛନ୍ତି ପୂର୍ବତନ ପୋଲିସ ମହାନିର୍ଦେଶକ ଅଭୟ । ୫ ବର୍ଷ ଅର୍ଥାତ ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ଅଭୟ ।

ଅଭୟଙ୍କ ଅବସର ପରେ ରାଜ୍ୟ ସରକାର ତାଙ୍କୁ ଏସଟିଏଫ(ନାର୍କୋଟିକ୍ସ) ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଥିଲେ । ଅବସର ପରେ ଅଭୟଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟା ମିଳିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା । ୧୯୮୬ ବ୍ୟାଚ୍‍ର ଆଇପିଏସ୍‍ ଅଧିକାରୀ ଅଭୟ ସିବିଆଇ, ସିଆର୍‍ପିଏଫ୍‍ ଓ ବ୍ୟୁରୋ ଅଫ୍‍ ପୁଲିସ ରିସର୍ଚ୍ଚ ଏଣ୍ଡ ଡ଼େଭଲପ୍‍ମେଣ୍ଟର ବିଭିନ୍ନ ଉଚ୍ଚ ପଦରେ କାର୍ଯ୍ୟ କରିଛନ୍ତି। ଏହାବ୍ୟତୀତ ସେ ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‍ସିବି)ର ନିର୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ସେହିପରି ଭାରତ ପକ୍ଷରୁ ଜାତିସଂଘର ଡ଼୍ରଗ୍ସ ସଂକ୍ରାନ୍ତ ସମ୍ମେଳନରେ ମିଆଁମାର, ଆଫଗାନିସ୍ଥାନ, ଶ୍ରୀଲଙ୍କା, ରୁଷିଆ, ଇଣ୍ଡୋନେସିଆ ଆଦି ଦେଶର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଭାଗ ନେଇ ଆନ୍ତର୍ଜାତିକ ନିଶା କାରବାର ନିୟନ୍ତ୍ରଣ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ହାସଲ କରିଛନ୍ତି।

ଦିଲ୍ଲୀ, ହରିଆଣା, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ନିଶା କାରବାର ବୃଦ୍ଧି ପରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବାର ଆଶଙ୍କା ସୃ୍‍ଷ୍ଟି ହୋଇଛି। ତେଣୁ ପ୍ରତିଷେଧାତ୍ମକ ବ୍ୟବସ୍ଥା ସ୍ୱରୂପ ରାଜ୍ୟରେ ନାର୍କୋଟିକ୍ସ ଓ ଡ଼୍ରଗ୍ସ କାରବାର ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଅଭୟଙ୍କୁ ଟାସ୍କ ଫୋର୍ସ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ କରାଯାଇଛି। ଡିଜିପି ଭାବରେ ଅଭୟଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ରେକର୍ଡ଼ ପରିମାଣର ଡ଼୍ରଗ୍ସ ଜବତ କରାଯାଇଛି ଓ ବହୁ ଡ଼୍ରଗ୍‍ ମାଫିଆ ଗିରଫ ହୋଇଛନ୍ତି।

nis-ad
Leave A Reply

Your email address will not be published.