ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଓଡିଶା ଡ୍ରାଇଭର ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସମସ୍ତ ଡ୍ରାଇଭର ମାନେ ଏକତ୍ରିତ ହୋଇ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଓଡିଶା ଡ୍ରାଇଭର ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ସମସ୍ୟା ସୁବିଧା ଓ ଅସୁବିଧା ସମୟରେ ଡ୍ରାଇଭର ମାନଙ୍କ ଆବଶ୍ୟକ ଗୁରୁତ୍ୱପୂର୍ଣ ଅଟେ । କୋରନା ମହାମାରୀ ସମୟରେ ମଧ୍ୟ ଅନେକ ଡ୍ରାଇଭର ସେମାନେ ନିଜ ଜୀବନକୁ ବାଜି ଲଗାଇ ସରକାରଙ୍କୁ ସାହାଯ୍ୟ କରିବା ସହ ବର୍ଷା, ତୋଫାନ ଓ ବାତ୍ୟା ସମୟରେ ମଧ୍ୟ ନିଜ ପରିଦର୍ଶିତ ଦେଖାଇ ଲୋକଙ୍କ ଜୀବନ ବଞ୍ଚେଇଥାନ୍ତି। କିନ୍ତୁ ଯେତେବେଳେ ସେମାନଙ୍କ ସୁରକ୍ଷା କଥା ଉଠେ ସେତେବେଳେ ଜିଲ୍ଲା ପ୍ରଶାସନ ଠୁ ଆରମ୍ଭ କରି ରାଜ୍ୟ ସରକାର ସମସ୍ତେ ପଛ ଘୁଞ୍ଚା ଦେଇଥାନ୍ତି । ତେଣୁ ସେମାନଙ୍କ ସୁରକ୍ଷା ପାଇଁ କିଛି ନିୟମ କରିବା ଆବଶ୍ୟକ ରହିଥିବା କାରଣରୁ ଏହାକୁ ଲାଗୁ କରିବା ପାଇଁ ଆଜି ଏକ ଦାବିପତ୍ର ଦେଇଛନ୍ତି । ତେବେ ସେମାନଙ୍କ ଦାବି ସମ୍ବନ୍ଧରେ ରାଜ୍ୟ ମୂଖ୍ୟ ଜାଣିଥିଲେ ସୁଦ୍ଧା ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଏହାର ସମାଧାନ କରିବାକୁ କୁହାଯାଇଥିଲା । ତେବେ ଯଥାଶୀଘ୍ର ସେମାନଙ୍କ 11 ଗୋଟି ଦାବି ପୂରଣ କରିବାକୁ ଦାବି କରିଛନ୍ତି । ନଚେତ 18 ତାରିଖ ଠାରୁ ଡ୍ରାଇଭରମାନେ ଆନ୍ଦୋଳନ କରିବେ ବୋଲି ମାଲକାନଗିରି ଡ୍ରାଇଭର ସଂଘର ସଭାପତି ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.