ମାହାଙ୍ଗା ଗଣହତ୍ୟା: ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ 

ମାହାଙ୍ଗା: ମାହାଙ୍ଗାରେ ଗୋଟିଏ ପରିବାରର ୫ ଜଣଙ୍କୁ ବିଭତ୍ସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ । ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କୁ କୋର୍ଟଚାଲାଣ କଲା ପୋଲିସ । ଶିବ ସାହୁଙ୍କୁ ସାଲେପୁର କୋର୍ଟରେ ହାଜର କଲା ପୋଲିସ । ତେବେ ରିମାଣ୍ଡରେ ନେଇ ପୋଲିସ ତଦନ୍ତ କରିବ ।

ଘଟଣାର ସବୁଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ । ତା’ଛଡ଼ା ହତ୍ୟାକାଣ୍ଡ ପୂର୍ବରୁ ନିଶାଦ୍ରବ୍ୟର ବ୍ୟବହାର କରାଯାଇଥିଲା କି ନାହିଁ, ସେ ନେଇ ତଦନ୍ତ କରାଯିବ । ଏହାସହ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କରାଯିବ । ସେହିପରି ଏହି ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

ସେପଟେ ମାହାଙ୍ଗା ଗଣହତ୍ୟା ଘଟଣାର ସମସ୍ତ ମୃତକଙ୍କ ଶେଷକୃତ୍ୟ କଟକରେ କରାଯାଇଛି । କଟକ କାଳିଆବୋଦା ଶ୍ମଶାନରେ ଅଲେଖ ସାହୁଙ୍କ ସମେତ ତାଙ୍କ ସ୍ତ୍ରୀ, ଦୁଇ ପୁଅ ଏବଂ ଝିଅର ଶେଷକୃତ୍ୟ ସମ୍ପୁର୍ଣ୍ଣ ହୋଇଛି ।

nis-ad
Leave A Reply

Your email address will not be published.