ହାର୍ଡକୋର ମାଓବାଦୀ ବନ୍ତଲା ରାଜୁର ଆତ୍ମସମର୍ପଣ

ଆଜି ମାଲକାନଗିରି ଏସ୍ପି ଓ ବିଏସଏଫ ଡି.ଆଇ.ଜିଙ୍କ ନିକଟରେ ଏକ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା ଥିବା ଆନ୍ଧ୍ର ଓଡିଶା ଜୋନାଲ କମିଟିର ଏସିଏମ ରେଙ୍କ ର ହାର୍ଡକୋର ମାଓବାଦୀ ବନ୍ତଲା ରାଜୁ ଓରଫ ସାଗର ଲାଲ ବାହିନୀର ହାତ ଛାଡି ଆତ୍ମ ସମର୍ପଣ କରିଛି । ସାଗର 2016 ମସିହାରେ ଏ.ଓ.ବି ମାଓ ସଙ୍ଘଠନ ରେ ସାମିଲ ହୋଇ ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ସକ୍ରିୟ ରହିଥିବା ବେଳେ ସେ ସ୍ୱାଭିମାନ ଅଞ୍ଚଳରେ ଅନେକ ହତ୍ୟା ଓ ଲୁଟ ଘଟଣାରେ ଜଡ଼ିତ ରହିଥିଲେ ଏଥିସହ ସ୍ୱାଭିମାନ ଅଂଚଳରେ ଗୋଟିଏ ପରେ ଗୋଟିଏ ବିଏସଏଫ କ୍ୟାମ୍ପ ସ୍ଥାପନ ସହ ରାଜ୍ୟ ସରକାରଙ୍କ ଉନ୍ନୟନ ମୁଳକ କାର୍ଯ୍ୟ ତିବ୍ର ଗତିରେ ଚାଲୁଥିବା ରୁ ସେ ମାଓ ସଙ୍ଘଠନ ଛାଡିଥିବା ମୁଖ୍ୟଶ୍ରୋତକୁ ଫେରିଥିବା ବିଏସ ଏଫ ଡିଆଇଜି ସୁନୀଲ କୁମାର ସିହ୍ନା ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଥିବା ସମସ୍ତ ସୁବିଧା ସୁଯୋଗ ତାଙ୍କୁ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସପି କହିଛନ୍ତି । ତେବେ ଯେଉଁମାନେ ବର୍ତମାନ ସୁଦ୍ଧା ମାଓବାଦୀ ସଂଘଠନରେ ରହି ହିଂସା ଘଟାଉଛନ୍ତି ସେମାନଙ୍କୁ ମଧ୍ୟ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏସ ପି ଆହ୍ୱାନ ଦେଇଛନ୍ତି ।

nis-ad
Leave A Reply

Your email address will not be published.