ଗାଈକୁ ଧକ୍କା ଦେଇ ଓଲଟିଲା ବସ, ୬ ଗୁରୁତର

ଭଦ୍ରକ ୧୦।୦୪ : ବସକୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ । ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ବସରେ ୨୫ରୁ ଉର୍ଦ୍ଧ୍ଵ ଯାତ୍ରୀ ଯାତ୍ରା କରୁଥିଲେ। ଭଦ୍ରକ – ଧାମନଗର ରାସ୍ତାର ପାଳିକିରି ଛକ ନିକଟରେ ବସ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଓଁ ମା ନାମକ ବସଟି ଧାମନଗରରୁ ଭୁବନେଶ୍ୱର ଯିବା ବେଳେ ପଳିକିରି ଛକ ନିକଟରେ ଏକ ଗୋରୁକୁ ଧକ୍କା ଦେଇଥିଲା। ଫଳରେ ବସ ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି । ବସରେ ୨୫ ରୁ ଅଧିକ ଯାତ୍ରୀ ଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ବସ ଧକ୍କାରେ ଗୋରୁଟିର ମୃତ୍ୟ ହୋଇଛି । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.