ତାରାତାରିଣୀ ପାହାଡ଼ରେ ବସ- ଟ୍ରକ ମୁହାଁମୁହିଁ ଧକ୍କା: ୭ ଯାତ୍ରୀ ଆହତ, ୨ଗୁରୁତର

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣୀଙ୍କ ପାହାଡ ରାସ୍ତାରେ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ଲାଗି ପ୍ରଶାସନ ପକ୍ଷରୁ ନିୟୋଜିତ ବସ ସହ ଏକ ବାଲି ବୋଝେଇ ହାଇୱା ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ହାଇୱା ଟ୍ରକ ଡ୍ରାଇଭର ବୁଗୁଡା ସୋଲାଙ୍ଗି ଗ୍ରାମର ବଳରାମ ସାହୁଙ୍କ ସମେତ ୭ଜଣ ଭକ୍ତ ଆହତ ହୋଇଛନ୍ତି।

ସେମାନେ ହେଲେ ବସରେ ବସିଥିବା ଭକ୍ତ ପୋଲସରା କଳମ୍ବର ଦମୟନ୍ତି ପ୍ରଧାନ, ଭାରତୀ ସାହୁ, ଜୟନ୍ତୀ ସାହୁ, ଲିଲି ପ୍ରଧାନ, ତୁଳସୀ ସାହୁ, ସୁଦର୍ଶନ ପ୍ରଧାନ, ଶିବ ପ୍ରଧାନ। ଏମାନଙ୍କ ମଧ୍ୟରୁ ବଳରାମ ଓ ସୁଦର୍ଶନଙ୍କ ଅବସ୍ଥା ଗୁରୁତର ରହିଛି।

ଏହାର ଖବର ପାଇ ପୁରୁଷୋତ୍ତମ ପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ ,ଅତିରିକ୍ତ ତହସିଲଦାର ସୁନିଲ୍ କୁମାର ଟୁଡୁ , ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଦମକଳ ବାହିନୀ ଅଧିକାରୀ ଉମାଚରଣ ଭଟ୍ଟମିଶ୍ର ଓ ଦମକଳ ବାହିନୀକର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଗାଡି ମଧ୍ୟରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୁଷୋତ୍ତମ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ସୂଚନା ଯୋଗ୍ୟ, ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ହେତୁ ସେଥି ନିମନ୍ତେ ବାଲି ବୋଝେଇ କରି ହାଇୱା ଟ୍ରକ ନଂ ଓଡି ୦୭ଏବି ୫୬୩୩ ପାହାଡ଼ ଉପରକୁ ଯାଉଥିବା ବେଳେ ଭକ୍ତଙ୍କୁ ଧରି ପାହାଡ ଉପରୁ ତଳକୁ ଫେରୁଥିବା ବସ ଓଡି ୦୭ ଡବ୍ଲୁ ୯୫୧୪ ପାହାଡର ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲା।

nis-ad
Leave A Reply

Your email address will not be published.