କଂଗ୍ରେସ ଆଗ ନିଜଘର ସଜାଡ଼ୁ : ମାୟାବତୀ

ଲକ୍ଷ୍ନୌ: ‘ନିଜ ଘର ସଜାଡ଼ି ପାରୁନ। କିନ୍ତୁ ବିଏସ୍‌ପି ଉପରକୁ ଅଙ୍ଗୁଳି ଉଠାଉଛ।’ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରି ଆଜି ଏମିତି ପ୍ରତିକ୍ରିୟା ଦେଇଛନ୍ତି ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ମୁଖ୍ୟ ମାୟାବତୀ। ଗତକାଲି ରାହୁଲ ଗାନ୍ଧି କହିଥିଲେ, ମାୟବାତୀ ହାତ ଟେକି ଦେବାରୁ ଉତ୍ତର ପ୍ରଦେଶରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିଲା।
ରାହୁଲଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରି ମାୟାବତୀ କହିଛନ୍ତି, ଏହା ସଂପୂର୍ଣ୍ଣ ମିଛ। ଏଭଳି ମନ୍ତବ୍ୟ ଦେବା ପୂର୍ବରୁ କଂଗ୍ରେସ ୧୦୦ ଥର ଚିନ୍ତା କରିବା ଉଚିତ୍‌। ସେମାନେ ବିଜେପିକୁ ହରାଇ ପାରିଲେ ନାହିଁ। କିନ୍ତୁ ଏବେ ଅନ୍ୟମାନଙ୍କ ଉପରକୁ ଅଙ୍ଗୁଳି ଉଠାଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ କିଛି କରି ନାହିଁ କି କ୍ଷମତାରେ ନଥିବା ବେଳେ କିଛି କରିନି।
ଶନିବାର ରାହୁଲ ଗାନ୍ଧି କହିଥିଲେ ଯେ ଉତ୍ତର ପ୍ରଦେଶରେ ମେଣ୍ଟ କରିବା ପାଇଁ ବିଏସ୍‌ପିକୁ କଂଗ୍ରେସ ପ୍ରସ୍ତାବ ଦେଇଥିଲା। ଏମିତିକି ମାୟମାବତୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ କୁହାଯାଇଥିଲା। କିନ୍ତୁ ସେ (ମାୟାବତୀ) ଆମ ସହିତ କଥା ବି ହେଲେନି। ସିବିଆଇ, ଇଡି ଓ ପେଗାସସ୍ ଭୟରେ ମାୟମାବତୀ ହାତ ଟେକି ଦେଲେ ବୋଲି ରାହୁଲ କହିଥିଲେ।
ସୂଚନାଯୋଗ୍ୟ, ଏଥର ୪୦୩ଟି ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ୨୫୫ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୨ଟି ଓ ବିଏସ୍‌ପି ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି (ଏସ୍‌ପି) ୧୧୧ଟି ଆସନରେ ବିଜୟୀ ହୋଇଛି।

nis-ad
Leave A Reply

Your email address will not be published.