CRPF ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀକୁ ଏନ୍‌କାଉଣ୍ଟର

ଶ୍ରୀନଗର: ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ। ଶ୍ରୀନଗରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।
କଶ୍ମୀରର ଇନ୍ସପେକ୍ଟର ଜେନେରାଲ୍ ବିଜୟ କୁମାରଙ୍କ କହିବା ମୁତାବକ, ଅପରେସନ୍ ଏବେ ବି ଜାରି ରହିଛି। ନିକଟରେ CRPF ଯବାନଙ୍କ ଉପରେ ଆକ୍ରମଣ କରିଥିବା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଅନ୍ୟ ଜଣକୁ ଧରିବା ପାଇଁ ଏନକାଉଣ୍ଟର ଚାଲିଛି |
ଜଣେ ଅଧିକାରୀଙ୍କ କହିବାନୁସାରେ, ବିଶମ୍ବର ନାଗରରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପ୍ରତି ଜବାବରେ ସୁରକ୍ଷା ବାହିନୀ ମଧ୍ୟ ଗୁଳିମାଡ କରିଥିଲେ। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି।
ଏପ୍ରିଲ ୪ରେ ଶ୍ରୀନଗରର ମୈସୁମା ଅଞ୍ଚଳରେ ହୋଇଥିବା ଆକ୍ରମଣରେ ଏହି ନିହତ ହୋଇଥିବା ଆତଙ୍କବାଦୀ ସମ୍ପୃକ୍ତ ଥିଲା। ଏହି ଆତଙ୍କବାଦୀ ଆକ୍ରମଣରରେ ଜଣେ CRPF ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ ବୋଲି ଆଇଜିପି କହିଛନ୍ତି।

nis-ad
Leave A Reply

Your email address will not be published.