ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ କୂଳରୁ ଏକ ବସ୍ତା ଭିତରୁ ଗଳିତ ଶବ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ବଡ଼ଗାଁ ଥାନା ମରଚିମୁଣ୍ଡା ପୋଖରୀ କୂଳରେ ଏକ ବସ୍ତା ପଡ଼ିଥିବା ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ବସ୍ତା ଭିତରୁ ଏକ ଗଳିତ ଶବ ଉଦ୍ଧାର କରିଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ମୃତ ବ୍ୟକ୍ତିଙ୍କ ବୟସ ୩୫ ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ବ୍ୟକ୍ତିଙ୍କୁ କେହି ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

nis-ad
Leave A Reply

Your email address will not be published.