ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ

ବାରଙ୍ଗ: ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ । ୧୨ ମାସର ବାଘ ଛୁଆ ରକି ହଠାତ ଅସୁସ୍ଥ ହୋଇପଡିଛି । ଗତ ଦୁଇ ଦିନ ହେଲା ରକିକୁ ତରଳ ଝାଡା ହେଉଥିଲା । ଫଳରେ ରକି ଅଧିକ ଦୁର୍ବଳ ହୋଇ ପଡିଛି । ଅସୁସ୍ଥତା କାରଣରୁ ରକିକୁ ଖୁଆଡରୁ ବାହାର କରି ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇ ଚିକିତ୍ସା କରାଯାଉଛି । ସାଲାଇନ ସହିତ ଆଣ୍ଟିବାୟୋଟିକ୍ ମେଡିସିନ ମଧ୍ୟ ଦିଆଯାଉଛି ।

୨୦୨୧ ମାର୍ଚ୍ଚ ୨୮ ତରିଖରେ ବାଘ ଛୁଆ ରକି ଜନ୍ମ ହୋଇଥିଲା । ଧଲା ବାଘୁଣୀ ବିଜୟା ପାଖରୁ ରକି ସହିତ ରାକେଶ ଓ ବଂଶି ନାମକ ଦୁଇଟି ବାଘ ଶାବକ ଜନ୍ମ ଦେଇଥିଲା । ହେଲେ ଗତ ୨୦୨୧ ମସିହା ସେପ୍ଟେମ୍ବର ମାସରେ ବଂଶି ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁ ହୋଇଥିଲା । ଏବେ ରକିର ଅସୁସ୍ଥତା ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିବାରେ ଲାଗିଛି ।

nis-ad
Leave A Reply

Your email address will not be published.