ଓଡିଶା ଛତିଶଗଡ଼ ସୀମାନ୍ତରେ ବାଘ ଆତଙ୍କ : ଅଞ୍ଚଳରେ କକୁଆ ଭୟ…


ମାଲକାନଗିରି : ମାଲକାନଗିରି ଓଡିଶା ଛତିଶଗଡ ସୀମାନ୍ତ ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ନିଲିଗୁଡା ଗ୍ରାମ ନିକଟ ଜଙ୍ଗଲରେ ଦେଖାଦେଇଛି ମହାବଳ ବାଘ ଆତଙ୍କ l କିଛି ଦିନ ପୂର୍ବେ କିଛି ଗ୍ରାମ ବାସୀ ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ କରିଥିବା ବେଳେ ସୋସିଆଲ ମେଡିଆରେ ଗୋଟିଏ ବାଘ ଭିଡିଓ ଭାଇରଲା ହୋଇଥିଲା ତାହା ବର୍ତମାନ ସତ୍ୟରେ ପରିଣତ ହୋଇଛି l ଦୀର୍ଘ ୨ ଦିନ ପୂର୍ବରୁ ଗ୍ରାମବାସୀ ମାନେ ବାଘ ଦେଖିଥିବା ଓ ବାଘ ଗର୍ଜନ ଗାଁ ଲୋକ ଶୁଣିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l ଗ୍ରାମବାସୀଙ୍କୁ କହିବା ଅନୁଯାୟୀ କିଛି ବ୍ୟକ୍ତିଙ୍କ ଗାଈ ଓ ୨ଟି ବାଛୁରି ଶିକାର କରିଥିବା ପ୍ରକାଶ କରିଥିଲେ l ବର୍ତମାନ ଲୋକମାନେ ମହୁଲ ଗୋଟେଇବାକୁ ଯିବାକୁ ଭୟ କରୁଛନ୍ତି ତାହାସହ ଗ୍ରାମରେ ବାଘ ଆତଙ୍କ ଯୋଗୁ ସନ୍ଧ୍ୟା ହେଲେ ତାଟି କବାଟ ପଡ଼ି ଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l ଦିନରେ ମଧ୍ୟ ଘରରୁ ବାହାରକୁ ଗଲେ ଗ୍ରାମର ପୁରୁଷ ମହିଳା ମାନେ ବାଘ ଡରରେ ହାତରେ ଅସ୍ତ୍ର ଶସ୍ତ୍ର ଧରି ବୁଲୁଛନ୍ତି lବାଘ ବାବଦରେ ଗ୍ରାମବାସୀ ବନବିଭାଗକୁ ଅବଗତ କରାଇବା ପରେ ବନବିଭାଗ ତରଫରୁ ଜଙ୍ଗଲ ମଧ୍ୟରୁ ବାଘର ପାଦ ଚିହ୍ନ ଓ ଗାଈକୁ ଘସାଡ଼ି ଘସାଡ଼ି ନେଇଥିବା ଚିହ୍ନ ଗୁଡ଼ିକ ଠାବ କରିଥିଲେ l ବନବିଭାଗ ତରଫରୁ ବାଘ ବାବଦରେ ଅଧିକ ତଦନ୍ତ ଜାରିରଖିଥିବା ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.