ସ୍ପଞ୍ଜ କାରଖାନାରେ କୋନଭର୍‌ ବେଲ୍ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

ବଣାଇ: କୋନଭର୍‌ ବେଲ୍ଟରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ବାର୍ହାମୂଷାର ଏକ ସ୍ପଞ୍ଜ କାରଖାନାରେ ଅଘଟଣ ଘଟିଛି । ମୃତକ ହେଲେ ମଧୁପୁର ଗାଁର ଅଜିତ ମାହାନ୍ତ ।

ମୃତଦେହ ନେବାକୁ ଆସିଥିବା ଆମ୍ବୁଲାନ୍ସକୁ ଅଟକାଇ ବିକ୍ଷୋଭ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି ବଣାଇ ପୋଲିସ । କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଛାଡିବେ ନାହିଁ ବୋଲି ଜିଦ୍‌ ଧରିଛନ୍ତି।

nis-ad
Leave A Reply

Your email address will not be published.