ଗଛରେ ପିଟିହେଲା କାର୍: ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କାମାକ୍ଷାନଗର-କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ତଣ୍ଡିମୁଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କାମାକ୍ଷାନଗର ଥାନା ମହୁଲପାଳ ଗାଁର ସନ୍ତୋଷ ସାସମାଲ । ସେ କୌଣସି କାମରେ ଘରୁ କଙ୍କଡାହାଡ଼ ଯାଉଥିବା ବେଳେ ତଣ୍ଡିମୁଣ୍ଡା ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇ ଯାଇଥିଲେ ।

ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ଚୁନମାର ହୋଇ ଯାଇଥିଲା । ଏ ନେଇ କଙ୍କଡାହାଡ଼ ପୋଲିସ ମୃତ ଦେହ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.