ପରିବାରର ସ୍ୱୀକୃତି ନ ମିଳିବାରୁ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବ୍ରହ୍ମପୁର : ପ୍ରେମ ପାଇଁ ପ୍ରତିବନ୍ଧକ ସାଜିଲା ସମାଜ l ପରିବାର ର ସ୍ୱୀକୃତି ନ ମିଳିବାରୁ ପ୍ରେମିଯୁଗଳ ନେଲେ ଚରମ ପଦକ୍ଷେପ l ଗୋଟିଏ ଗଛର ଗୋଟିଏ ପୁଆରେ ପରିବାରକୁ ଭୁଲି ଝୁଲିପଡିଲେ ପ୍ରେମୀ ଯୁଗଳ l ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଗାଲେରି ଫାଣ୍ଡି ଅଧୀନ ପଥରଗଣ୍ଡା ଜଙ୍ଗଲ ଭିତରେ ଆଜି ସନ୍ଧ୍ୟା ରେ ଏକ ପ୍ରେମୀ ଯୁଗଳ ଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ମାନେ ହେଲେ ନିକଟସ୍ଥ ଢ଼ିବିରି ଝୋଳି ଗ୍ରାମର ଦିପୁ ମଳିକ (୨୦) ପ୍ରତିମା ପ୍ରଧାନ (୧୮) । ଗାଲେରି ଫାଣ୍ଡି ପୋଲିସ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇଁ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଙ୍କ ମୃତ୍ୟୁ ଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବିଳମ୍ବିତ ରାତି ସମୟ ହୋଇଥିବା ରୁ ଆସନ୍ତାକାଲି ଉଭୟ ଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି। ଥାନା ଅଧିକାରୀ ଶ୍ରୀ ଦାସ ଙ୍କ ସୂଚନା ଅନୁଯାୟୀ ଆଜି ସକାଳ ସମୟରୁ ଉଭୟ ଗ୍ରାମ ଛାଡି ପଳାଇଥିବା ବେଳେ ଅପରାହ୍ନ ୫ଟା ବେଳେ ପଥରଗଣ୍ଡା ଜଙ୍ଗଲ ମଧ୍ୟରେ ଏକ ଆମ୍ବ ଗଛରେ ଉଭୟ ଙ୍କ ମୃତ ଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଁ ପୋଲିସ କୁ ଖବର ଦେଇଥିଲେ। ଉଭୟ ପ୍ରେମୀ ଯୁଗଳ ହୋଇଥିବା ବେଳେ ସେମାନଙ୍କ ସମ୍ପର୍କକୁ ସାମାଜିକ ସ୍ୱୀକୃତି ନ ମିଳିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତ ରୁ ଅନୁମାନ କରାଯାଉଥିବା ଶ୍ରୀ ଦାସ କହିଛନ୍ତି।

nis-ad
Leave A Reply

Your email address will not be published.