ବ୍ୟାପମ ଦୁର୍ନୀତି ବିରୋଧରେ ମୁହଁ ଖୋଲି ଆନନ୍ଦ ରାୟ ଗିରଫ, ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ମୁହଁ ଖୋଲି ଫସିଲେ। ବହୁଚର୍ଚ୍ଚିତ ବ୍ୟାପମ ସ୍କାମର ପର୍ଦ୍ଦାଫାଶକାରୀ ତଥା ନିକଟରେ ମଧ୍ୟପ୍ରଦେଶ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଏମପିଟିଇଟି)ରେ ହୋଇଥିବା ଅନିୟମିତତାର ଗୁମର ଖୋଲିଥିବା ଆନନ୍ଦ ରାୟଙ୍କୁ ଗୁରୁବାର ଦିଲ୍ଲୀର ଏକ ହୋଟେଲରୁ ଗିରଫ କରାଯାଇଛି। ଏଥିସହ ତାଙ୍କୁ ଚାକିରରିରୁ ମଧ୍ୟ ନିଲମ୍ବିତ କରାଯାଇଛି। ମଧ୍ୟପ୍ରଦେଶର କ୍ରାଇମବ୍ରାଞ୍ଚ ଏବଂ ପୁଲିସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ନୂଆଦିଲ୍ଲୀର ହୋଟେଲ କାବିଲରୁ ତାଙ୍କୁ ଗିରଫ କରାଯାଇ ଭୋପାଳ ନିଆଯାଇଛି।
ଆନନ୍ଦ ହେଉଛନ୍ତି ବୃତ୍ତିରେ ଜଣେ ଡାକ୍ତର। ସେ ଇନ୍ଦୋରର ହୁକୁମଚାନ୍ଦ ମେଡିକାଲରେ ଡାକ୍ତରଭାବେ କାର୍ଯ୍ୟ କରନ୍ତି। କାର୍ଯ୍ୟରେ ଅବହେଳା ପାଇଁ ତାଙ୍କୁ ଗିରଫ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ମଧ୍ୟପ୍ରଦେଶ ଶିକ୍ଷକ ଯୋଗ୍ୟତା ପରୀକ୍ଷାରେ ହୋଇଥିବା ପେପର ଲିକ୍‌କୁ ନେଇ ଆନନ୍ଦ ନିଜ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଫଳରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅଭିଯୁକ୍ତ ଭାବେ ଦର୍ଶାଇଛି । ଏଥିସହ ଇନ୍ଦୋରରୁର ଏକ ପୁଲିସ ଷ୍ଟେସନରେ ଆନନ୍ଦଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜ କୁରିଛି। ତାଙ୍କ ବିରୋଧରେ ଆପିସି ଧାରା ୩୨୩,୩୯୪ ଏବଂ ୧୪୯ ଲାଗିଛି। କାର୍ଯ୍ୟରେ ଅବହେଳା ପାଇଁ ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି। ସେ ନିଜ ଡ୍ୟୁଟି ସମୟରେ ଅନୁପସ୍ଥିତ ରହୁଥିବା ବେଳେ ସରକାରୀ ବିରୋଧୀ ମନ୍ତବ୍ୟମାନ ନିଜ ସୋଶାଲ ମିଡିଆ ଆକାଣ୍ଟରେ ପୋଷ୍ଟ କରୁଥିଲେ। ଇନ୍ଦୋରର ସିଏମଏଚଓ ଡ. ବିଏସ ସେଟିଆ ଏହା କହିଛନ୍ତି। ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଓଏସଡି ଲକ୍ଷ୍ମଣ ସିଂହ ମାର୍କାମଙ୍କ ବିରୋଧରେ ଏତଲା ରୁଜୁ ପାଇଁ ଆନନ୍ଦ ହାଇକୋର୍ଟରେ ଅପଲି କରିଥିଲେ। ପରୀକ୍ଷା ପେପର ଲିକ୍‌ ମାମଲାରେ ତାଙ୍କ ସମ୍ପୃକ୍ତି ଥିବା ଆନନ୍ଦ ଦର୍ଶାଇଥିଲେ।
ଏହି ଆବେଦନ ଖାରଜ ହୋଇଯାଇଛି। ଏହା ପରେ ତାଙ୍କ ନିଲମ୍ବନ ଖବର ଆସିଛି। ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆନନ୍ଦ ଓଏସଡି ମାର୍କାମ ନାଁ ନେଇଥିବାରୁ ତାଙ୍କ ବିରୋଧରେ ସେ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ।
ତାଙ୍କ ଗିରଫଦାରୀକୁ ନେଇ ମଧ୍ୟପ୍ରଦେଶ ରାଜନୀତି ହଲଚଲ ହୋଇଛି। ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲନାଥ ତାଙ୍କ ଗିରଫକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମଧ୍ୟପ୍ରଦେଶରେ ବ୍ୟାପମ ସ୍କାମ ଜାରି ରହିଛି। ତେବେ ଦୁର୍ନୀତିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ବଦଳରେ ସ୍ୱର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ସତ୍ୟର ସ୍ୱରକୁ ସରକାର ଚପାଇବାକୁ କରୁଛନ୍ତି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.