ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା, ନିଜ ଆଡୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜଣେ ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣା । ଏହି ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିଶନ । ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ଗୋଡରେ ବେଡି ପଡିଲା ଜଣାଇବାକୁ କଲେ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ୧୫ ଦିନ ଭିତରେ ରିପୋର୍ଟ କରିବାକୁ ରାଜ୍ୟ ମାନବାଧିକାର କମିଶନ କହିଛନ୍ତି । ସେପଟେ ହ୍ୟୁମାନ ରାଇଟ ସଂସ୍ଥାର ପ୍ରେସିଡେଣ୍ଟ ଡାକ୍ତର ଜିତେନ୍ଦ୍ର ମହାରଣା ନୀଳଗିରିରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ପରେ ଥାନାରେ ମଧ୍ୟ ପହଞ୍ଚି ତଥ୍ୟ ନେଇଛନ୍ତି । ତେବେ ଏଭଳି ଅମାନୁଷିକ କାର୍ଯ୍ୟକୁ ସମାଲୋଚନା ମଧ୍ୟ କରିଛନ୍ତି । ଅନ୍ୟପଟେ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ଚାରିଆଡୁ ପ୍ରତିବାଦ ଆରମ୍ଭ ହୋଇଯାଇଛି ।

nis-ad
Leave A Reply

Your email address will not be published.