କଟକ,୮/୪ : ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ମାମଲାରେ ରାଜ୍ୟ ସରକାର ଓ ଏଏସଆଇକୁ ଜବାବ ତଲବ କଲେ ହାଇକୋର୍ଟ। ଶ୍ରୀମନ୍ଦିର ଚାରିପଟେ କଣ ନିର୍ମାଣ ହେଉଛି, କିଏ କରୁଛି ଏବଂ ମନ୍ଦିର ପ୍ରତି ବିପଦ ଅଛି କି ନାହିଁ ସେ ସଂପର୍କରେ ଜବାବ ତଲବ କରିଛନ୍ତି ହାଇକୋର୍ଟ ।
ଏଥିପାଇଁ ଏଏସଆଇ ଓ ରାଜ୍ୟ ସରକାରଙ୍କୁ ଆସନ୍ତା ୧୭ ତାରିଖ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।