ବ୍ଳକ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ କଲେ ବ୍ଳକଶିକ୍ଷା ଅଧିକାରୀ

ଦାରିଙ୍ଗବାଡ଼ି (୭/୪) : ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଳକ ଶିକ୍ଷା ଅଧିକାରୀ ରସାନନ୍ଦ କର ଶୁଭାରମ୍ଭ କରିବା ସହିତ ସଚେତନ ବାର୍ତ୍ତା ଦେଇଥିଲେ । ଏଥିରେ ରାପଡ଼ାବାଡ଼ି ନୋଡାଲ ବିଦ୍ୟାଳୟ ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ କର୍ମଚାରୀ ଯୋଗଦେଇଥିଲେ । ମୁଖ୍ୟ କରି କରୋନା ସଂକ୍ରମଣ କାରଣରୁ ଦୁଇ ବର୍ଷରୁ ଅଧିକ ବିଦ୍ୟାଳୟରେ ଶିକ୍ଷା ଦାନ ବନ୍ଦ ରହିଥିଲା । ବର୍ତ୍ତମାନ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରିବା ନେଇ ବିଦ୍ୟାଳୟ ଖୋଲିଥିଲା ବେଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଏଣୁ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ସଚେତନ କରି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଆସିବା ପାଇଁ ଆଗ୍ରହ ସୃଷ୍ଟି କରି ବିଦ୍ୟାଳୟରେ ଉପସ୍ଥାପନ ବୃଦ୍ଧି କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ସୁବାସିନୀ ଦିଗାଲପରିଚାଳନା କରିଥିଲା ବେଳେ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟପ୍ରଧାନ ଶିକ୍ଷୟିତ୍ରୀ ଚାରୁସିଳା ମଲିକ ସହିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସିଆରସିସି ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.